ହେଡଲାଇନସ୍:

ସ୍ବାଧୀନତା ସଂଗ୍ରାମୀ ଅଲେଖ ପାତ୍ର ଙ୍କ ଶ୍ରାଦ୍ଧବାର୍ଷିକୀ ରେ "ଗାନ୍ଧିଜୀ ସିପାହୀ -ଅଲେଖ ପାତ୍ର " ପୁସ୍ତକ ଉନ୍ମୋଚିତ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼:-ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ୍ ଅନ୍ତର୍ଗତ ନୃସିଂହନାଥ ସ୍ଥିତ ନିସର୍ଗ ନିବାସ ଆଜି ସ୍ବାଧୀନତା ସଂଗ୍ରାମୀ ସର୍ବୋଦୟ କର୍ମୀ ଅଲେଖ ପାତ୍ରଙ୍କର ୨୧ତମ ଶ୍ରାଦ୍ଧବାର୍ଷିକୀ ସଭା ଅନୁଷ୍ଠିତ ହୋଇଯାଇଛି।ନୃସିଂହନାଥ ସର୍ବୋଦୟ ମଣ୍ଡଳ ର ସଭାପତି  ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବର୍ଗତ ପାତ୍ର ଙ୍କ ଜୀବନୀ ଓ କର୍ମ ଧାରା ଉପରେ ଉପସ୍ଥିତ କର୍ମୀ ମାନେ ଦିଶା ଆଲୋକପାତ କରିଥିଲେ।ବିଶିଷ୍ଟ କୃଷକ ନେତା ଲିଙ୍ଗରାଜ ଯୋଗ ଦେଇ ସ୍ବର୍ଗତ ପାତ୍ରଙ୍କ ଜୀବନୀ ଓ କର୍ମ ଧାରା ଉପରେ ଆଲୋକପାତ କରି ସେ ଜଣେ ସେବା,ସଂଘର୍ଷ ଓ ରଚନାତ୍ମକ କର୍ମ ର ସମାହାର ବୋଲି କହିଥିଲେ।ସ୍ଥାନୀୟ ସ୍ତରରେ ବାଲୋକ୍ ବିରୋଧୀ ଆନ୍ଦୋଳନ ସାଙ୍ଗକୁ କାଶୀପୁର ଆନ୍ଦୋଳନ ରେ ସଂପୃକ୍ତିକୁ ସେ ସ୍ମରଣ କରିଥିଲେ। ଏହି ଅବସରରେ ଉତ୍କଳ ଗାନ୍ଧୀ ସ୍ୱାରକ ନିଧି ତରଫରୁ ପ୍ରକାଶିତ ଅରୁନ୍ଧତୀ ପାତ୍ର ଙ୍କ ଦ୍ଵାରା ରଚିତ "ଗାନ୍ଧିଜୀଙ୍କ ସିପାହୀ - ଅଲେଖ ପାତ୍ର" ପୁସ୍ତକ ର ଉନ୍ମୋଚନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରି କେଦାର ପ୍ରଧାନ,ମୀନକେତନ ସାହୁ,ଅମିତାଭ ପାତ୍ର, ଅର୍ଚ୍ଚନା ପାତ୍ର,କୁଳମଣି ଧରୁଆ,ଶରତ ରାଉତ,ସରୋଜ ସୁନା,ରାଜେନ୍ଦ୍ର କୁମାର ଭୋଇ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ପରିଶେଷରେ ଅନୁଷ୍ଠାନ ର ସଂପାଦକ ଟେକଚାନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault