ବରଗଡ :- ବରଗଡ଼ ଜିଲ୍ଲାର ସୋହେଲା ଏକ ଜଂକ୍ସନ ଅଟେ । ସୋହେଲାରୁ ନୂଆପଡା , ରାୟପୁର , ନାଗପୁର, ତଥା ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ଓ ହରିଶଙ୍କର କୁ ସିଧା ରାସ୍ତା । ସୋହେଲାରେ ତୀର୍ଥ ଯାତ୍ରୀ , ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀ , ତଥା ସୋହେଲାର ନିବାସୀ ମାନଙ୍କର ବ୍ୟବହାର ଓ ଆବଶ୍ୟକତା ରହିଥିଲା ଏକ କଲ୍ୟାଣ ମଣ୍ଡପର । ଆଜି ସ୍ଥାନୀୟ ମାନ୍ୟବର ବିଧାୟକ ତଥା ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସ୍ଥାନୀୟ ଦୁର୍ଗାମନ୍ଦିର ପରିସରରେ , ନବନିର୍ମିତ ଶ୍ରୀ ଶ୍ରୀ ଗୌରୀ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଥିଲେ । ଏହି କଲ୍ୟାଣ ଆଜିଠାରୁ କାର୍ଯକ୍ଷମ ହେବାଦ୍ୱାର ସ୍ଥାନୀୟ ଲୋକ , ସୋହେଲା ଅତିକ୍ରମ କରି ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାଉଥିବା ତୀର୍ଥଯାତ୍ରୀ ତଥା ପର୍ଯଟକ , ଓ ବ୍ୟବସାୟୀ ମାନେ ଉପକୃତ ହେବେ । ଆଜିର ଏହି ଉଦଘାଟନ ସମାରୋହରେ , ଦୁର୍ଗାପୂଜା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ଦେବତା , ପର୍ବତନ ବିଧାୟକ ଶ୍ରୀ ମହମ୍ମଦ ରଫି , ତହସିଲଦାର ଶ୍ରୀ ମାନସ ରଞ୍ଜନ ସ୍ୱାଇଁ , ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବରିହା, ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ , ସରପଞ୍ଚ ଜିତେନ୍ଦ୍ର ଭୋଇ , ପ୍ରମୋଦ ଦେବତା ,ବଲବୀର ସିଂ ଠାକୁର , ଲଳିତ କୁମାର ଅଗ୍ରୱାଲ , ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ରାଜ୍ୟ
ନବନିର୍ମିତ କଲ୍ୟାଣ ମଣ୍ଡପ ଉଦଘାଟନ କଲେ ମନ୍ତ୍ରୀ ସୁଶାନ୍ତ ସିଂ
- Hits: 586