"ଓଡ଼ିଶା ଏବଂ ଜଗତର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ"
ଭୁବନେଶ୍ୱର : "ପୁରୀ କ୍ୟା କଲିକତା ମେ ହେ ?? ଭାବୁଛନ୍ତି କି ଯେ ସେ ପୁରୀ କଲିକତାରେ | ମୁଁ ତା ଭାବୁଛି ସମ୍ବିତ ଭାଇ ପୁରୀ ଲୋକସଭାରୁ ଠିଆ ହେଲା ପରେ ଏବେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ ବୋଲି ! ନହେଲେ ଅଧା ଲୋକ ଭାବୁଥିଲେ ଯେ ପୁରୀ କଲିକତାରେ |"
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ତଥା ଅପମାନସୂଚକ ମନ୍ତବ୍ୟକୁ ନେଇ ରାଜ୍ୟର ବୁଦ୍ଧିଜୀବୀ ଓ ସାଧରଣ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଯାଇଥିବା ବେଳେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ରାଜ୍ୟ ସଭା ସଂସଦ ତଥା ବିଜେଡି ନେତା ଡ଼ ଅମର ପଟ୍ଟନାୟକ !
ଲେଖାଶ୍ରୀଙ୍କ ମନ୍ତବ୍ୟର ଦୃଢ ନିନ୍ଦା କରିବା ସହ ଡ଼ ପଟ୍ଟନାୟକ କହିଛନ୍ତି ଯେ " ଆଗ ବୈଜୟନ୍ତ ପଣ୍ଡା କହିଲେ ଓଡିଶା ପାକିସ୍ତାନ ପରି ଆଉ ଏବେ ଏକଥା! ଓଡ଼ିଶା ଏବଂ ଜଗତର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ। ୩ ବର୍ଷର ପିଲାଟିଏ ମଧ୍ୟ ଜାଣେ, ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ ପୁରୀ କେଉଁଠାରେ | ସେ କଲିକତାର ମଧ୍ୟ ପ୍ରଭୁ, ଏଥିରେ ଦ୍ୱିରୁକ୍ତି ନାହିଁ ! ଓଡିଶାର ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିବାରୁ ତୁମେ ଓଡ଼ିଶା ବାସୀଙ୍କୁ ଅପମାନ କରିବାକୁ ଚାହୁଁଛ ! କିନ୍ତୁ ସମସ୍ତେ ଜାଣନ୍ତି "ମୋ ଜଗନ୍ନାଥ ମୋ ଓଡିଶାରେ ଅଛନ୍ତି” ଓ ଜଗା ସବୁବେଳେ ଓଡ଼ିଶାର ଲୋକଙ୍କ ସାଙ୍ଗରେ ଅଛନ୍ତି। କିନ୍ତୁ କମ ସାଧାରଣ ଜ୍ଞାନ ଓ କଲିକତା ପ୍ରେମ ଯୋଗୁ ଅନ୍ଧ ଲୋକମାନେ ଏଇ ସାଧାରଣ କଥା ମନେ ରଖିବାକୁ ଅଣ ବାସିନ୍ଦା ଓଡ଼ିଆଙ୍କୁ ପଚାରିବାକୁ ପଡୁଛି |"
ସୂଚନାଯୋଗ୍ୟ ଯେ ଅତୀତରେ ଆହୁରି ଏକ ଜଘନ୍ୟ ଅପମାନଜନକ ମନ୍ତବ୍ୟ ଦେଇ ଲେଖାଶ୍ରୀ ସୁରଟରେ କାମ କରୁଥିବା ଓଡ଼ିଆଙ୍କ ପତ୍ନୀମାନେ ଦେହ ବ୍ୟବସାୟ କରନ୍ତି ବୋଲି ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ସେତେବେଳେ ଝଡ ସୃଷ୍ଟି ହୋଇଥିଲା