ସମ୍ବଲପୁର, (ରମାକାନ୍ତବିଶ୍ବାଳ): କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ରେ ସୋମବାର ଅଧକ୍ଷ ସୁବାଷ ନାଏକ ଙ୍କ ସଭାପତିତ୍ବ ରେ କିଶୋରୀ ବାଳିକା ସଚେତନତା ଶିବିର ଓ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଅଛି। କଲେଜ ର ଛାତ୍ରୀ ବର୍ଷା ଦେହୁରୀ ସ୍ବାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ କରିଥିବା ବେଲେ କୁଚିଣ୍ଡା ଚାଇଡଲାଇନ ର ଟିମ୍ ସଦସ୍ୟା ନମିନି ହେମ୍ରମ ଚାଇଡଲାଇନ ସେ ଦୋସ୍ତି ଉପରେ ମତବ୍ୟକ୍ତ କରିଥିଲେ। ରେଙ୍ଗାଲି ବ୍ଳକ ସାମ୍ବାଦିକ ସଂଘ ର ସଭାପତି ବରିଷ୍ଠ ସାମ୍ବାଦିକ ହରିହର ନାଥ ଶିବିର କୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ଖୋର୍ଧା ସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ପ୍ରାଣନାଥ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ତୈଳଚିତ୍ର ରେ ଅତିଥୀ ମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥୀ ସାମ୍ବାଦିକ ଶ୍ରୀ ନାଥ ଗଣମାଧ୍ୟମ ର ଭୁମିକା, ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିବା ସଙ୍ଗେ ସାମ୍ବାଦିକତା ପାଠ୍ୟ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ମେଡିକାଲ ଅଫିସର ଡା଼ ଜୋତ୍ସ୍ନlମୟି ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କରୋନା ସମୟରେ ବାଳିକା ମାନେ କିପରି ନିଜକୁ ସୁରକ୍ଷିତ ରହିବେ ସେ ବିଷୟରେ ପରାମର୍ଶ ଦେଇଥିଲେ। ଏହି ଅବସରରେ କଲେଜ ର ଅଧ୍ୟାପକ ନିଳାଞଳ ତିଓ୍ବାରୀ, ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ, ଗ୍ରନ୍ତାଗାରିକ ଦେବାନନ୍ଦ ମହାପାତ୍ର , ଶିକ୍ଷା ଡେମୋଷ୍ଟେଟର ପ୍ରତିମା ନାଏକ , ଡିଇଓ ସମିନ ନାଏକ, ଚାଇଲଡଲାଇନ ଟିମ୍ ସଭ୍ୟା ସ୍ବେତାଙ୍ଗିନୀ ବାରିକ ଉପସ୍ଥିତ ଥି୍ଲେ । ଶେଷରେ ଅଧ୍ୟାପିକା ଭାବନା ପାଣ୍ଡେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉଭୟ ବର୍ଷର ଛାତ୍ରୀ ଉପସ୍ଥିତ ଥି୍ଲେ ଓ ସେମାନଙ୍କ ପାଇଁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ଓ ମାଗଣା ଓ୍ୟଷଧ ମଧ୍ୟ ପ୍ରଦାନ କରାଯାଇଥିଲା।
ରାଜ୍ୟ
କିଶୋରି ବାଳିକା ସ୍ବାସ୍ଥ୍ୟ ସଚେତନତା ଶିବିର ଓ ଜାତୀୟ ପ୍ରେସ ଦିବସ ପାଳିତ l
- Hits: 313








