ଭୁବନେଶ୍ୱର, : ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି । ୯୬ ଓ ୮୮ ବର୍ଷର ଦମ୍ପତି ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା ସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ବେଳେ ସମ୍ କୋଭିଡ ହସ୍ପିଟାଲର ଉତମ ଚିକିତ୍ସା ଓ ସର୍ବୋପରି ଉତ୍ତମ ଯତ୍ନ ପାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଗତ ନଭେମ୍ବର ୭ ତାରିଖରେ କରୋନା ସଂକ୍ରମିତ ହେବା ପରେ ଏହି ଦମ୍ପତିଙ୍କୁ ସମ୍ କୋଭିଡ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା । ବୟସାଧିକ୍ୟ କାରଣରୁ ଉଭୟଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଭଳି ସମସ୍ୟା ରହିଥିଲା । କରୋନା ସଂକ୍ରମିତ ହେବା ପରେ ଜ୍ୱର ଏବଂ କାଶ ମଧ୍ୟ ହେଉଥିଲା । ତେବେ ସମ୍ କୋଭିଡ ଟିମର ଚିକିତ୍ସା ଓ ଯତ୍ନ ଫଳରେ ଦମ୍ପତି ସୁସ୍ଥ ହୋଇ ଏକା ସଂଗରେ ଘରକୁ ଫେରିଛନ୍ତି ।
ଘରକୁ ଫେରିବା ସମୟରେ ଉଭୟ ବୈଦ୍ୟନାଥ ଓ ଶକୁନ୍ତଳା ସମ୍ କୋଭିଡ ହସ୍ପିଟାଲ୍କୁ ପ୍ରଶଂସା କରିବା ସହ ତାଙ୍କୁ ଚିକିତ୍ସା କରିଥିବା କୋଭିଡ ଟିମକୁ କୃତଜ୍ଞତା ଜଣାଇଛନ୍ତି । ସେହିପରି କେନ୍ଦ୍ରାପଡାର ଗନ୍ଧର୍ବ ଚରଣ ସାହୁ (୭୩) ମଧ୍ୟ କୋଭିଡ ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ସୁସ୍ଥତା ଲାଭ କରିଛନ୍ତି । ଚିକିତ୍ସା ସହିତ ସ୍ନେହ, ଆଦର ଓ ଯତ୍ନ ଯୋଗୁଁ ସେ ସୁସ୍ଥ ହୋଇଛନ୍ତି ବୋଲି କହି ସମ୍ କୋଭିଡ ଟିମର ସେ ଉଚ୍ଚ ପ୍ରଶଂସା କରିଛନ୍ତି ।