ସମ୍ବଲପୁର,(ରମାକାନ୍ତବିଶ୍ବାଳ): "ଜ୍ୟୋତି" କାର୍ଯ୍ୟାଳୟ ସଭାକକ୍ଷରେ ସଭାପତି ଡ଼ଃ ପରେଶ୍ ଚନ୍ଦ୍ର ଦାନୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟ କାରିଣୀ ସଭାରେ , ଡଃ ସତ୍ୟନାରାୟଣ ଠାକୁର ଙ୍କୁ ସମ୍ବଲପୁରୀ ନାଟକରେ ଡକ୍ଟରେଟ ଉପାଧି ପାଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନର ବୟୋଜ୍ୟେଷ୍ଠ ସଦସ୍ୟ ମାନେ ସମ୍ବଲପୁରୀ ଭାଷା ସାହିତ୍ୟକୁ ଉନ୍ନତି କରଣ ତଥା ବଞ୍ଚାଇ ରଖିବାକୁ ପ୍ରଚେଷ୍ଟା ଜାରି ରଖିଥିବାରୁ ଉଚ୍ଚ ପ୍ରଶଂସା କରିବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହି ସଭାରେ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଡ଼ା: ମହେନ୍ଦ୍ର ସରାଫ ଙ୍କ ଦେହାନ୍ତ ହେଇଥିବାରୁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା l ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଏବଂ ଡିସେମ୍ବର ୩ ତାରଖ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ କରିବାପାଇଁ ଆଲୋଚନା ହୋଇଥିଲା l କୋଭିଡ ନିୟମ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି l ସଭାଶେଷ ରେ ଅନୁଷ୍ଠାନର ସଂଯୋଜକ କଳ୍ପନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ପ୍ର. ଶଙ୍କର ପ୍ରସାଦ ପତି, ଡ଼ଃ ସନ୍ତୋଷ ଦାଶ, ଅଖିଳ ପଟ୍ଟନାୟକ, ବିବେକାନନ୍ଦ ମହାନ୍ତି, ତାପସ ଦାସ, ରାମାନୁଜ ପଣ୍ଡା, କବିତା ପୁରୋହିତ, ପ୍ରଶାନ୍ତ ପାଟଯୋଶୀ,ଅଶୋକ ମିଶ୍ର, କୈଳାସ ମିସ୍ତ୍ରୀ,ରତନ ବହିଦାର , ଦୁର୍ଗା ଦାନୀ, ସୁକାନ୍ତ ବହିଦାର , ମନବୋଧ ତ୍ରିପାଠୀ, ଶାନ୍ତନୁ ପାଢ଼ୀ, ସରୋଜ ସାହୁ, ଶିବ ନାରାୟଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
ରାଜ୍ୟ
"ଜ୍ୟୋତି" ତରଫରୁ ଡ଼ଃ ସତ୍ୟ ନାରାୟଣ ଠାକୁରଙ୍କୁ ସମ୍ବର୍ଦ୍ଧନା l
- Hits: 220