ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ-୨୦୨୦ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା   ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନଆଇସି ତଥା ଜିଲ୍ଲା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ  ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ଗଣ-ମାଧ୍ୟମ ଦିବସ-୨୦୨୦ କୋଭିଡ୍-୧୯ କଟକଣା ଯୋଗୁଁ ଭିଡିଓ କନଫରେନ୍ସର ୱେବିନାର କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । 

ପ୍ରାରମ୍ଭରେ ଦୁଇ ଜଣ ବରିଷ୍ଠ ସାମ୍ବାଦିକ  କେ.ସିଏଚ.ରତ୍ନମ ଏବଂ ନବୀନା ନନ୍ଦ ଗନ୍ତାୟତଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା  ସହ ସେମାନଙ୍କ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୋଭିଡ୍-୧୯ ସମୟରେ ଏହାର ପରିଚାଳନା ଓ ନିୟନ୍ତ୍ରଣ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଶେଷ ଭୂମିକା ରହିଥିଲା । ପ୍ରତିଦିନ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ସମ୍ବାଦ ପରିବେଷଣ କରିବା ଫଳରେ  ଜିଲ୍ଲା ପ୍ରଶାସନ , ଜିଲ୍ଲାରେ କୋଭିଡ଼ ନିୟନ୍ତ୍ରଣ ପରିଚାଳନାରେ ସଫଳ ହୋଇ ପାରିଛନ୍ତି , ନଚେତ ଅତ୍ୟନ୍ତ କଷ୍ଟସାଧ୍ୟ ହୁଅନ୍ତା ବୋଲି କହି ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗକୁ ଏହିଭଳି ସହଯୋଗ ରହିବା ସହ ସମସ୍ତେ କୋଭିଡ୍ ନୀତିନିୟମ ମାନିଚାଲିବେ ବୋଲି କହିଥିଲେ ।

 ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡଃ.କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ  କୋଭିଡ୍ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ କି କରୋନା ସଂକ୍ରମଣ ପ୍ରତି କୌଣସି ଭ୍ରୁକ୍ଷେପ ନ କରି ସବୁ ଅଞ୍ଚଳରେ ପହଞ୍ଚି ଅନେକ ଖବର ଆଣି ଲୋକଙ୍କୁ ସଚେତନ କରାଇବା ସହ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟିକୁ ଆଣି ପାରୁଛନ୍ତି । ଯେଉଁଥିରେ କି ସମାଜ ବିଶେଷ ଭାବେ ଉପକୃତ ହୋଇପାରୁଛି ।

ପ୍ରକୃତରେ  ଗଣ-ମାଧ୍ୟମ ଶାସକ , ପ୍ରଶାସକ ଓ ସମାଜ ମଧ୍ୟରେ ଏକ ଯୋଗ-ସୂତ୍ରକାରୀ ଭାବେ ରହିଆସିଛି ବୋଲି କହିଥିଲେ ।  ଏସୟୁଜେ: ତଥା ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ  କୋଭିଡ୍ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଯେଉଁସବୁ ଖବର ବା ସମ୍ବାଦ ପରିବେଷଣ କରୁଥିଲେ , ସେଥିପାଇଁ ଜନସାଧାରଣ କୋଭିଡ୍ ଉପରେ ଅତ୍ୟନ୍ତ ସଜାଗ ହୋଇ ରହିଆସିବା ସହ ଜିଲ୍ଲା ପ୍ରଶାସନ ମଧ୍ୟ ଲୋକଙ୍କୁ ସେହି ଉପରେ ଆବଶ୍ୟକ ସତର୍କତା ଓ ସାବଧାନତାର ଟିପସ ଦେଇ ପାରୁଛନ୍ତି । ତେଣୁ ଗଣମାଧ୍ୟମ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ଉତ୍ତମ ସମନ୍ୱୟ ରକ୍ଷା ହୋଇ ପାରୁଥିବା ଯୋଗୁଁ ଆଜି ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ସଫଳ ହୋଇ ପ୍ରଶାସନର ନିୟନ୍ତ୍ରଣରେ ରହିପାରିଛି  ବୋଲି କହିଥିଲେ । 

ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇ ସାମ୍ବାଦିକ ମାନଙ୍କୁ ନେଇ ଜିଲ୍ଲାରେ ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହୋଇ ପାରୁଛି ବୋଲି କହିଥିଲେ ।

 ଏହି ୱେବିନାର କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦ୍ଵିଜେନ ପାଢ଼ୀ , ରୂପେଶ ସାହୁ , ପ୍ରଦୀପ ନାୟକ ଏବଂ ବସନ୍ତ ପଣ୍ଡା ସମେତ ଅନ୍ୟାନ୍ୟ ସାମ୍ବାଦିକ ମାନେ ଲିଙ୍କରେ ଜୁଡି ହୋଇ, "କୋଭିଡ୍-୧୯ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା" ସମ୍ପର୍କର ବିଭିନ୍ନ ଦିଗ ଉପରେ ନିଜର ସୁ-ଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭିଡିଓ କନଫାରେନ୍ସ ହଲ ତଥା ୱେବିନାରରେ ଏନଆଇସିର ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ଟି.ଏନ୍.ସି ମୂର୍ତ୍ତି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

0
0
0
s2sdefault