କୋରୋନା କଟକଣା ଯୋଗୁ କେବଳ ନୀତି ଓ ପୂଜାବିଧି ପାଳନ
ବରଗଡ :- ବରଗଡ଼ ଜିଲ୍ଲା କୁଚିପାଲି ଗ୍ରାମର କାଳୀ ପୂଜା ଓ ଜୁଗାର ଯାତ୍ରା ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରସିଦ୍ଧ । ଧର୍ମ ଭାବନାକୁ ନେଇ ଆଜି ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ବେଳ କୁଚିପାଲି ର ମାଁ କାଳି ପୂଜା ସମାରୋହ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ଏହି ସମାରୋହରେ ସବୁଧର୍ମର ଲୋକ ଖୁବ ଆଗ୍ରହ ଓ ଶ୍ରଦ୍ଧାରେ ଅଂଶ ଗ୍ରହଣ କରିବା ସହିତ ପୂଜା କାର୍ଯର ବିଭିନ୍ନ ଦାଇତ୍ୱ ନିର୍ବାହନ କରିଥାନ୍ତି । ପ୍ରତ୍ୟେକ ବର୍ଷ କାଳି ପୂଜା ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ପଡୋଶୀ ଛତିଶଗଡ଼ ରାଜ୍ୟରୁ ହଜାର ହଜାର ଭକ୍ତ ଙ୍କର ସମାବେଶ ହୋଇଥାଏ । ଏହା ସହିତ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁଙ୍କର ଦ୍ୱାରା ମାଁ ଙ୍କର ନିକଟରେ ଶହ ଶହ ଧାନର ରେ ଖଇର ପ୍ରସ୍ତୁତ ବଡ଼ ବଡ଼ ଜୁଗାର ଅର୍ପଣ କରାଯାଇଥାଏ । ଚଳିତ ବର୍ଷ କୋରୋନା କଟକଣା କାରଣରୁ କେବଳ ବିଧିରକ୍ଷା ନିମନ୍ତେ ନିରାଡ଼ମ୍ବର ଭାବରେ ମାଁଙ୍କର ପୂଜାନୀତି ର ଆୟୋଜନ କରାଯାଇଥିଲା ।
ଆଜି କୁଚିପାଲି ଗ୍ରାମର ସ୍ବର୍ଗତ ଶ୍ରୀବତ୍ସ ସା ଙ୍କର ଘରୁ ଏକୋଇଶ ତାମି ଧାନର ଖଇରେ ପ୍ରସ୍ତୁତ ଯୁଗରକୁ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ପୂଜା କମିଟିର ସଭ୍ୟ ଶ୍ରୀ ରସିଦ ଖାନ ତଥା ଅନ୍ୟାନ୍ୟ ଶ୍ରଦ୍ଧାଳୁ ମାନେ ଆଣି ମାଁ ଙ୍କର ନିକଟରେ ଅର୍ପଣ କରିଥିଲେ । ମାଁ ଙ୍କର ଜୁଗାର ବୋହିଆଣିବାର ସୌଭାଗ୍ୟ ପାଇଁ ମାନ୍ୟବର ମନ୍ତ୍ରୀ ଖୁବ ଆନନ୍ଦିତ ହୋଇଥିବା ପ୍ରକାଶ କରିବା ସହିତ ମାଁଙ୍କର ନିକଟରେ ବିଶ୍ୱବାସୀଙ୍କର ସୁସ୍ଥ, ସମୃଦ୍ଧି, ଓ ନିରାମୟ ଜୀବନ କାମନା କରିଥିବା ମାନ୍ୟବର ମନ୍ତ୍ରୀ କହିଛନ୍ତି ।