ମାଲକାନଗିରି (ବି ଶ୍ରୀନିବାସ ପାତ୍ର) :ଏକ ବିବାଦୀୟ ପରିସ୍ଥିତିରେ ବଦଳିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ | ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କ ହତ୍ୟା ଅଭିଯୋଗରେ ତାଙ୍କୁ ବୁକ୍ କରାଯିବା ପରେ ଓଡିଶା ସରକାର ଆଜି ଅଗ୍ରୱାଲଙ୍କୁ ବଦଳାଇ ଦେଇଛନ୍ତି।
ଶ୍ରୀ ଅଗ୍ରୱାଲଙ୍କୁ ଯୋଜନା ସଂଯୋଜନ ବିଭାଗକୁ ବଦଳିକରାଯାଇଛି । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ବିବାଦରେ ଅଛନ୍ତି ମନୀଷ ଅଗ୍ରୱାଲ । ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମନୀଷ ଅଗ୍ରୱାଲଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । ମାଲକାନଗିରି ଏସଡିଜିଏମ କୋର୍ଟ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ସମେତ ଅନ୍ୟ 3ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି ।ଚଳିତ ମାସ 2 ତାରିଖରେ ମୃତକ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି SDJM କୋର୍ଟରେ ମକଦ୍ଦମା ରୁଜୁ କରିଥିଲେ । ପରିବାର ପକ୍ଷରୁ ରୁଜୁ ହୋଇଥିବା ମକଦ୍ଦମାକୁ ଆଧାର କରି କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ । ସୂଚନା ଥାଉକି, ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଡ୍ୟାମରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।