ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଚତୁର୍ଥ ଅର୍ଘ କବିତା ସଙ୍କଳନ "ଶିଖା ଓ ସଳିତା" ଲୋକାର୍ପଣ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସଙ୍ଗେ ସଙ୍ଗେ କବିତା ସଙ୍କଳନ "ଶିଖା ଓ ସଳିତା"ର ଲୋକାର୍ପଣ କରିଥିଲେ।
ଏହି ନିଡ଼ାମ୍ବର ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ , ବିନୋଦ ଚନ୍ଦ୍ର ଜେନା , ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର କଲ୍ୟାଣୀ ମିଶ୍ର , ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଡକ୍ଟର ଚନ୍ଦ୍ର ଶେଖର ଦାସ , ଗଦାଧର ମହାରଣା , ଶ୍ରୀମତୀ ଶୁଭ ଲକ୍ଷ୍ମୀ ଦାସ , ଶ୍ରୀମତୀ କବିତା ରାଉତ, ରାମଶଙ୍କର ଗନ୍ତାୟତ , ପ୍ରମୋଦ ପାଢ଼ୀ , ଦେବଦତ୍ତ ବେବର୍ତ୍ତା ମଞ୍ଚାସୀନ କରି ସମାଜ ସଂସ୍କାର କ୍ଷେତ୍ରରେ ସାହିତ୍ୟ ସାଧନାର ଆବଶ୍ୟକତା ଆଲୋଚନା କରିଥିଲେ। ତେଲ ଲୁଣର ସଂସାରରେ ସାର୍ଥକ ଜୀବନ ଯାପନ କରିବା ପାଇଁ ସାହିତ୍ୟକଙ୍କ ଭୂମିକା ସମ୍ପର୍କରେ କହିଥିଲେ।