ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ପୌରାଞ୍ଚଳ ଅଧିନ ଡି ଏନ କେ ଖେଳାପଡ଼ିଆ ସାମ୍ନାରେ ମାଲକାନଗିରି ରୋଟାରୀ କ୍ଲବ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଅଛି । ଆଜି ବିଶ୍ଵ ମଧୁମେହ ଦିବସ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଲକାନଗିରି ସହରର କିଛି ଯୁବ ବ୍ୟବସାୟୀ ଏବଂ ସଚେତନ ସମାଜସେବୀ ମାନଙ୍କୁ ନେଇ ନୂତନକରି ଗଢି ଉଠିଥିବା ରୋଟାରୀ କ୍ଲବର ସଦସ୍ୟଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଇଥିଲା । ଏଥିରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପୂର୍ଣ୍ଣ ସହଯୋଗ ରହିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସିଜେଏମ ମାଲକାନଗିରି ଜଷ୍ଟିସ ଶ୍ରୀ ବିଶ୍ଵରଞ୍ଜନ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ବର୍ତ୍ତମାନ ସମୟରେ ମଧୁମେହ, ରକ୍ତଚାପ ଏବଂ ଆଖିର ନିୟମିତ ଯାଞ୍ଚ କେତେ ଆବଶ୍ୟକ, ତା ଉପରେ ସମ୍ୟକ ଆଲୋକପାତ କରିଥିଲେ ।
ରାଜ୍ୟ
ମାଲକାନଗିରିରେ ରୋଟାରୀ କ୍ଲବ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା
- Hits: 277