-
ସମ୍ବଲପୁରରେ ଆରମ୍ଭ ହେବାର ଥିଲା ଖରିଫ ଧାନ କିଣାବିକା
-
ଆରମ୍ଭରୁ ଅବ୍ୟବସ୍ଥା ଅଭିଯୋଗ କଲେ ଚାଷୀ।
-
19 କୁଇଣ୍ଟାଲ କୁ ଚାଷୀଙ୍କର ବିରୋଧ।
-
ଆଜି ହୋଇପାରିଲା ନାହିଁ ଧାନ କିଣା ବିକା।
ରମାକାନ୍ତ ବିଶ୍ବାଳ (ଶାସକ ପ୍ରଶାସକ): ଆଜି ହୋଇପାରିଲା ନାହିଁ ଧାନ କିଣାବିକା।ଖରିଫ ଧାନ କିଣାବିକା ଆଜି ଠାରୁ ସମ୍ବଲପୁର ରେ ଆରମ୍ଭ ହେବାର ଥିଲା।କିନ୍ତୁ ସମ୍ବଲପୁର ଜିଲ୍ଲାରେ ଆଜିଠୁ ଖରିଫ ଧାନ କିଣା ବିକା ଆରମ୍ଭ ହେବାକୁଥିବାବେଳେ ପ୍ରଥମ ଦିନରୁ ଅବ୍ୟବସ୍ଥା ଜଳଜଳ ହୋଇ ଦିଶୁଛି| ଚାଷୀଙ୍କ ଟୋକନ ଆସିନଥିବା ସହ ମେଘୁଆ ପାଗ ଯୋଗୁଁ ମଣ୍ଡିକୁ ଆସିନି ଧାନ । ସେପଟେ ଏକର ପିଛା ଧାନର ପରିମାଣ ଧାର୍ଯ୍ୟକୁ ନେଇ ଆଜି ବି ଚାଷୀଙ୍କର ଅସନ୍ତୋଷ ଜାରି ରହିଛି । କଳା ବ୍ୟାଚ ପିନ୍ଧି ସରକାରୀ ନିୟମ କୁ ବିରୋଧ କରିଛି ଚାଷୀ।
ଆଜି ସମ୍ବଲପୁର ଉପଖଣ୍ଡ ସିନ୍ଦୁରପଙ୍କ ମଣ୍ଡିରେ ଧାନ କିଣା ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଗୋଟିଏ ବି ଚାଷୀ ଧାନ ମଣ୍ଡିକୁ ଆଣି ନାହାନ୍ତି | ଏହାର ମୁଖ୍ୟ କାରଣ ରହିଛି ସିନ୍ଦୁରପଙ୍କ ମଣ୍ଡିରେ କେବଳ 2ଟି ଚାଷୀଙ୍କ ଟୋକନ ଆସିଛି | ତେବେ ଯେଉଁ 2 ଟି ଚାଷୀଙ୍କ ଟୋକନ ଆସିଛି ସେମାନଙ୍କର ଧାନ ରେଡି ହୋଇନାହିଁଁ | ଯେଉଁ ଚାଷୀଙ୍କ ଧାନ ଅମଳ ହେଲାଣି ସେମାନଙ୍କର ଟୋକନ ଜେନେରେଟ ହୋଇନାହିଁ | ଫଳରେ ଆଜି ଧାନ କିଣା କେମିତି ହେବେ ଜଣାପଡୁନାହିଁ| ତେବେ ଭୁବନେଶ୍ୱରରୁ ଟୋକନ ଜେନେରେଟ ହେଉଥିବାରୁ ଚାଷୀ ଏହାକୁ ବିରୋଧ କରିଛନ୍ତି । ଭୁବନେଶ୍ୱର ରେ ଜଣେ ସରକାରୀ ଚାକିରିଆ ଙ୍କୁ ଘରଭଡା ବାବଦରେ ଯେତିକି ଟଙ୍କା ମିଳୁଛି ଅନ୍ୟ ଅଞ୍ଚଳରେ ସେତିକି ମିଳୁଛି କି ତା ହେଲେ କେନ୍ଦ୍ରାପଡା ଓ ସମ୍ବଲପୁର ରେ ଚାଷୀଙ୍କର ଧାନ କିଣାବିକା ସ୍ଥିତି ସମାନ କାହିଁକି ବୋଲି ବୋଲି କୃଷି ସଚିବଙ୍କୁ ପ୍ରଶ୍ନ କରିଛି ଚାଷୀ।ପ୍ରାୟ ମଣ୍ଡି ମାନଙ୍କୁ ବ୍ୟବସ୍ଥା ଠିକ ନ ଥିବାର ଅଭିଯୋଗ କରି କଳା ବ୍ୟାଚ ପିନ୍ଧିବା ସହ ଧାରଣା ରେ ମଧ୍ୟ ବସିଥିବାର ଦେଖାଯାଇଥିଲା।
ଏ ପଟେ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।ତେବେ ସମ୍ବଲପୁର ଜିଲ୍ଲାରେ ଚଳିତ ବର୍ଷ 108ଟି ସୋସାଇଟି ଓ 18ଟି ଏସଏଚଜି ଧାନ କିଣାବିକାରେ ଭାଗ ନେଉଛନ୍ତି |ସମସ୍ତ ସୋସାଇଟି ରେ ସରକାରଙ୍କ ତରଫରୁ ସମସ୍ତ ଗାଇଡ଼ ଲାଇନ କୁ ମାନିବା ସହ ବ୍ୟବସ୍ଥା କରାଯାଇଛି।ମଣ୍ଡି ବାହାରେ ସେନିଟାଇଜର,ପାଣି ରଖାଯାଇଥିବା ବେଳେ ସାମାଜିକ ଦୂରତା କୁ ମଧ୍ୟ ଗୁରୁତ୍ୱ ଦିଆ ଯାଇଥିବାର ସୂଚନା ଦେଇଛନ୍ତି ଅଧିକାରୀ।
ଏଥର ସମ୍ବଲପୁର ରେ ହୋଇଛି ବମ୍ଫର କ୍ରପ।ଚାଷୀ ଭଲ ଦି ପଇସା ରୋଜଗାର କରିବ ବୋଲି ଆଶା ରଖିଛି।କିନ୍ତୁ ଏଭଳି ଅବ୍ୟବସ୍ଥା ହେଲେ ଅଭାବୀ ଧାନ ବିକ୍ରି ର ଶିକାର ହେବ ଚାଷୀ ଏଥିରେ ସନ୍ଦେହ ନାହିଁ।