-
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଫଳ ବାହାରିଥିବା ବେଳେ ବାହାରି ନଥିଲା ଟପ୍ପର ତାଲିକା
-
ବିଧାୟକ ତଥା ଛାତ୍ର ବିଜେଡି ସଭାପତିଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ର ବିଜେଡି କର୍ମକର୍ତ୍ତା
-
ଅଭିଭାବମାନେ ବ୍ୟସ୍ତ ନହେବାକୁ ବିଧାୟକ ଶ୍ରୀ ତ୍ରିପାଠୀ କଲେ ଅନୁରୋଧ
ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ମହିଳା ମହା ବିଦ୍ୟାଲୟଗୁଡିକ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଟପ୍ପର ତାଲିକା ପ୍ରକାଶ ପାଇନାହିଁ | ହେଲେ ବିଭିନ୍ନ ଅଂଚଳରୁ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ଅଭିଯୋଗକୁ ଆଧାର କରି ବିଜୁ ଛାତ୍ର ଜନତା ଦଳ ସଭାପତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବା ପରେ ଆସନ୍ତା ସୋମବାର ଦିନ ଟପ୍ପର ତାଲିକା ପ୍ରକାଶ ପାଇବା ବୋଲି ଜଣାପଡିଛି | ସୂଚନାଯୋଗ୍ୟ ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ରାଜ୍ୟର ୪୮ଟି ମହିଳା ମହାବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ଵିଶ୍ଵବିଦ୍ୟାଳୟ ପକ୍ଷରୁ ଟପର ତାଲିକା ପ୍ରକାଶ ପାଇନଥିଲା | ଏଥିନେଇ ନେଇ ବିଭିନ୍ନ ସ୍ଥାନରୁ ବିସିଜେଡି କାର୍ଯ୍ୟକର୍ତା ଓ ଛାତ୍ରୀ ଫୋନ କରି ଛାତ୍ରବିଜେଡି ସଭାପତି ତଥା ବାଂକୀ ବିଧାୟକ ଶ୍ରୀ ଦେବୀରଂଜନ ତ୍ରିପାଠୀଙ୍କୁ ଜଣାଇଥିଲେ। ବିଧାୟକ ତଥା ଛାତ୍ର ବିଜେଡି ସଭାପତି ଶ୍ରୀ ତ୍ରିପାଠୀ ଏ ସମ୍ୱନ୍ଧରେ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସହ କଥା ହୋଇଥିଲେ । ଆଲୋଚନା ବେଳେ ଟପର ତାଲିକା ପ୍ରକାଶ ପାଇଁ କୁଳପତିଙ୍କୁ ମୁଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ତ୍ରିପାଠୀଙ୍କ ଅନୁରୋଧ ରକ୍ଷା କରି ସୋମବାର ଟପର ତାଲିକା ପ୍ରକାଶ କରିବାକୁ କୁଳପତି ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ସୋମବାର ଟପ୍ପର ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଛାତ୍ରୀ ଓ ଅଭିଭାବକ ଏଥିନେଇ ବ୍ୟସ୍ତ ନହେବାକୁ ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି ।