ହେଡଲାଇନସ୍:

ଅପରେସନ୍ ସାଇବର କବଚ୍‌: ମାଷ୍ଟର ମାଇଣ୍ଡ ସମେତ ୩ ଗିରଫ, ୧୯ ଲକ୍ଷ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) :- ରାଜ୍ୟ ପୁଲିସ ନିର୍ଦ୍ଦେଶକ୍ରମ ଚାଲିଥିବା ଅପରେସନ୍ ସାଇବର କବଚ ଜରିଆରେ ନୟାଗଡ଼ ପୁଲିସ ୧୬ଟି ମାମଲା ରୁଜୁ କରି ଏକ ବଡ଼ ଗ୍ୟାଙ୍ଗ ସମ୍ପର୍କରେ ଖୁଲାସା କରିଛି । ନୟାଗଡ଼ ଏସ୍‌ପି ଏସ୍ ଶୁଶ୍ରୀ ଆଜି ସାଇବର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଏହି ଘଟଣାର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶରଣକୁଳ ଥାନା ଚଡ଼େୟାପଲ୍ଲୀ ଗ୍ରାମର ସୋନୁ ନିଗମ ବିଶ୍ୱାଳ, ଓଡ଼ଗାଁ ଥାନା ରଙ୍ଗଣୀପାଟଣା ଗ୍ରାମର ରମେଶ ଡାକୁଆ, ଚଡ଼େୟାପଲ୍ଲୀ ଗ୍ରାମର ଶଙ୍କର ଚୈାଧୁରୀ । ସୋନୁ ସାଇବର ଅପରାଧି ମାଷ୍ଟର ମାଇଣ୍ଡ । ଏ ସମସ୍ତଙ୍କୁ ବିହାରରୁ ନୟାଗଡ଼ ପୁଲିସ ଉଠାଇ ଆଣିବାରେ ସଫଳ ହୋଇଛି । ଏସ୍‌ପିଙ୍କ ସୂଚନା ମୁତାବକ, ନୟାଗଡ଼ ପୁଲିସ ସାଇବର କବର ଅପରେସନ ଜରିଆରେ ତଦନ୍ତ ଚଳାଇଥିଲା । ଏହି ତଦନ୍ତ ସମୟରେ ୨୩୨୭ ମ୍ୟୁଲ୍ ଆକାଉଣ୍ଟକୁ ଯାଞ୍ଚ କରାଯାଇଥିଲା । ୧୫୨ଟି ଚେକ୍ ଉଠାଣ, ୨୪୫୭ଟି ଏଟିଏମ୍ ଉଠାଣକୁ ତଦନ୍ତ ପରିସରକୁ ଅଣାଯାଇଥିଲା । ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ଥାନାରେ ୧୬ଟି ମାମଲା ରୁଜୁ କରାଯାଇଛି । ୩୫୭ ଜଣଙ୍କୁ ନୋଟିସ୍ କରାଯାଇଛି । ଅନ୍ୟ ଲୋକଙ୍କ ଆକାଉଣ୍ଟକୁ ଭଡ଼ା ସୁତ୍ରରେ ତଥା ସେମାନଙ୍କୁ କିଛି କମିଶନ ଦେଇ ଅପରାଧିମାନେ ସେମାନଙ୍କ ଅପରାଧିକ କାର୍ଯ୍ୟ ଚଳାଇଥିଲେ। ପୂରା ଘଟଣାର ତଦନ୍ତ ସମୟରେ ଏହି ଅପରାଧରେ ୬ ଜଣ ସାମିଲ ଥିବା ଜଣାପଡ଼ିଥିଲା । ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ବିଗତ ଦିନରେ ଶରଣକୁଳ ଥାନା ପୁଲିସ ଗିରଫ କରିଥିଲା । ଆଜି ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ ଲକ୍ଷ ୩୨ ହଜାର ୫୪୪ ଟଙ୍କା, ୨୨ଟି ପାସବୁକ, ୩ଟି ଚେକ ବୁକ୍‌, ୧୨ଟି ଏଟିଏମ୍ କାର୍ଡ଼, ୯ଟି ଆଧାର ଓ ପ୍ୟାନ କାର୍ଡ଼, ୭ଟି ମୋବାଇଲ ଫୋନ୍‌, ୧ଟି ଲ୍ୟାପଟପ୍‌, ୧ଟି ବାୟୋମେଟ୍ରିକ ସ୍ମାନର ଜବତ କରାଯାଇଛି । ଦୀର୍ଘଦିନ ଧରି ଏହି ଅଭିଯୁକ୍ତମାନେ ଏକ ଗ୍ୟାଙ୍ଗ କରି ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁ କରୁଥିଲେ । ଅନେକ ଏଜେଣ୍ଟ ନିଯୁକ୍ତି କରି ଟଙ୍କା ଉଠାଣ କରୁଥିଲେ । ଏହି ଘଟଣାର ତଦନ୍ତ ଜାରି ରହିଛି । ଗିରଫ ସଂଖ୍ୟା ବୃଦ୍ଧି ପାଇବା ବୋଲି ଏସ୍‌ପି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ସାଇବର ଥାନା ପୁଲିସ ଉପସ୍ଥିତ ରହିଥିଲେ । ମାଷ୍ଟର ମାଇଣ୍ଡ ସୋନୁ ନିଗମ ଏବଂ ସହଯୋଗୀ ଶଙ୍କର ଚୈାଧୁରୀ ଶରଣକୁଳ ଥାନାର ଏକ ହତ୍ୟା ମାମଲାର ଅଭିଯୁକ୍ତ ବୋଲି ସୂଚନା ମିଳିଛି ।

0
0
0
s2sdefault