"ନୀତି,ନୈତିକତା ବିହୀନ ଜୀବନ ମୂଲ୍ୟହୀନ"
ବିଜେପୁର: ନୀତି ନୈତିକତା ବିହୀନ ଜୀବନ ମୂଲ୍ୟହୀନ।କବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତାରେ ଏହି ମୂଲ୍ୟବୋଧ ରହିଥିବାରୁ ସର୍ବତ୍ର ଏହା ଲୋକପ୍ରିୟ ହୋଇପାରିଛି।
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧୋତ୍ସବରେ ଅତିଥିଗଣ ଏହି ମତପୋଷଣ କରିଥିଲେ।ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ଓ ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ ଏହି ସମାରୋହକୁ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ସଭାପତି ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଶିକ୍ଷାପ୍ରେମୀ ଘନଶ୍ୟାମ ସାହୁ, ବରିଷ୍ଠ ନାଗରିକ ସଂଘ ସଭାପତି ନବ କିଶୋର ସାହୁ, ଜାରିଂ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜୀବ ଲୋଚନ ଦାଶ, ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ, ସ୍କୁଲ ଚେୟାରମେନ ମନୋଜ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ନୂଆପଡା ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଲିଙ୍ଗରାଜ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୀବନକୁ ସରସ ସୁନ୍ଦର ମଧୁଗର୍ଭା କରିବା ପାଇଁ ଦୁଃଖ ହେଉଛି କଷଟି ପଥର।ଦାରୁଣ ଦୁଃଖ ଦୈନ୍ୟ ମଧ୍ୟରେ ଆଦର୍ଶର ଗୁଣ ଗାନ କରିଥିବାରୁ ତାଙ୍କର କାବ୍ୟ କବିତା ପାଠକ ମହଲରେ ଚିରଦିନ ପୁଲକିତ କରୁଛି ବୋଲି ମତପ୍ରକାଶ କରିଥିଲେ।ଶିକ୍ଷୟିତ୍ରୀ ମିନାକ୍ଷୀ ରାଣୀ ରାଉତଙ୍କ ନିର୍ଦ୍ଦେଶନାରେ ଛାତ୍ରୀଗଣ କବିଙ୍କ ରଚିତ ଧିରେଧିରେ ଆସ ମଳୟ ପବନ ସଙ୍ଗୀତ ପରିବେଷଣ କରିଥିଲେ। ସଂପାଦକ ରାଜେଶ୍ବର ବେହେରା ସ୍ବାଗତ ଭାଷଣ, ସହ ସଂପାଦକ ମକରଧ୍ବଜ ସାହୁ ଅତିଥି ପରିଚୟ, ଉପସଭାପତି ହୃଦମଣି ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନ ସମାରୋହକୁ ସଂଯୋଜନା କରିଥିଲେ। କଣ୍ଠଶିଳ୍ପୀ ସୁଷମା ଭୋଇ ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ।ଶିକ୍ଷୟିତ୍ରୀ ସଂଘମିତ୍ରା ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଗୀତିକାର ମକରଧ୍ବଜ ସାହୁଙ୍କ ସଂଯୋଜନାରେ ଯୁଗେଶ୍ବର ତାଣ୍ଡି,ଡିଲେଶ୍ବର ମେହେର,ନବ କିଶୋର ସାହୁ,ପରିଧି ନାଏକ ପ୍ରମୁଖ କବିତା ପାଠ କରିଥିଲେ।ପ୍ରେମରାଜ ରଣା, ମଧୁସୂଦନ ଭୋଇ, ବାହାଦୁର ପଧାନ, ଗୀତାଞ୍ଜଳି ସାହୁ, କମଳିନୀ ସାହୁ,ନିର୍ମଳା ସାହୁ, ରୋମାଞ୍ଚଳ ମହାନନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।








