ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ରତନୟା ସାହିତ୍ୟ ସଂସଦ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ସଂସଦର ସଭାପତି ଶ୍ରୀମତି ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀ କୁମୁଦ ରଞ୍ଜନ ଦାଶ , ସମ୍ମାନିତ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଓ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିଥି ମାନେ ରାଷ୍ଟ୍ରୀୟ ନବବର୍ଷ ପାଳନର ଲକ୍ଷ୍ୟ ଓ ସନାତନ ଧର୍ମର ସୁରକ୍ଷା ବିଷୟରେ ନିଜର ମତାମତ ଉପସ୍ଥାପନ କରିଥିଲେ।
ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ ଅତିଥି ମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ସୁଶ୍ରୀ ଶ୍ୱେତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀମତି ବବିତା ପୁରୋହିତ ଦୀପ ମନ୍ତ୍ର ପାଠ କରିଥିବା ବେଳେ ଶ୍ରୀ ଶଶୀଭୂଷଣ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ଏହି ଅବସରରେ ମହେନ୍ଦ୍ରତନୟା ସାହିତ୍ୟ ସଂସଦର ସହ ସଂପାଦିକା ଶ୍ରୀମତି ସ୍ନିଗ୍ଧା ମିଶ୍ର , ଶ୍ରୀମତି ସୁଜାତା ନନ୍ଦ , ଶ୍ରୀମତି ସ୍ୱର୍ଣ୍ଣପ୍ରଭା ପାଠୀ , ଶ୍ରୀମତି ବରଦା ଆଚାର୍ଯ୍ୟ , ଶ୍ରୀମତି ସଙ୍ଗୀତା ପାତ୍ର , ଶ୍ରୀ ମୂରଲୀଧର ପରିଛା , ଶ୍ରୀ ମନୋଜ କୁମାର ପଣ୍ଡା (ଉପ ସଭାପତି) , ଶ୍ରୀ ରାଜେନ୍ଦ୍ର କୁମାର ରଥ ( ରାଜ୍ୟ ସମ୍ପାଦକ) ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ମହେନ୍ଦ୍ରତନୟା ସାହିତ୍ୟ ସଂସଦ ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ : ସାହିତ୍ୟ ବିଞ୍ଚିଲେ ଜାତି ବଞ୍ଚିବ
- Hits: 36








