ହେଡଲାଇନସ୍:

ଚାଷୀ ଙ୍କ ଦୁର୍ଦ୍ଦଶା ମଣ୍ଡି ରେ ଅବ୍ୟବସ୍ଥା:ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୀଳଗିରି,ତା,୧୯/୦୩- ଓଡ଼ିଶା ଡବଲ ଇଞ୍ଜିନ ସରକାର ରେ ଚାଷୀ ମାନଙ୍କ ଅବସ୍ଥା ବେଳକୁ ବେଳ ଶୋଚନୀୟ ହେବାରେ ଲାଗିଛି।ଏହି ପରିପ୍ରେକ୍ଷୀରେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ,ସେନାପତି ପ୍ରେସ କାର୍ଯ୍ୟାଳୟ ପରିସର ରେ ଏକ ସମ୍ବାଦଦାତା ସମ୍ମିଳନୀ ରେ ନିଜର କ୍ଷୋଭ ପ୍ରକାଶ କରିବା ସହିତ ଏହାର ପ୍ରତିକାର ଦାବୀ ରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଏକ ପତ୍ର ଲେଖିଥିବା ପ୍ରକାଶ କରିଛନ୍ତି।ସୂଚନା ରୁ ଜଣାଯାଇଛି,ନୀଳଗିରି ଆଦିବାସୀ ଅଧ୍ୟୁଷିତ ଉପଖଣ୍ଡ ରେ ଦୁଇଟି। ଲେମ୍ପ ଓ କିଛି ନୂତନ ଭାବେ ଏକ ଖୋଲିଥିବା ଧାନ ମଣ୍ଡି କାର୍ଯ୍ୟ କରୁଥିଲେ ମଧ୍ୟ ଚାଷୀ ମାନେ ତାର ସୁଫଳ ପାଇବାରୁ ବଞ୍ଚିତ ହୋଇଥିବା ବେଳେ,ଚାଷୀ ଙ୍କ ୯୦ ପ୍ରତିଶତ ଧାନ ଅଦ୍ୟାବଧି ମଣ୍ଡି ମାନଙ୍କ ରୁ ଯାଇ ପାରି ନାହିଁ।କେତେବେଳେ ମିଲର ଗାଡ଼ି ପଠାଉ ନାହିଁ ତ କେତେବେଳେ ଧାନ ବିକ୍ରି ର ଅନଲାଇନ ତାରିଖ ଯାଇଥିଲେ ମଧ୍ୟ ଧାନ ଉଠି ପାରି ନ ଥିବା ଦେଖାଯାଇଛି। ଯ ଦ୍ଵାରା ଚାଷୀ ମାନେ ନାହିଁ ନ ଥିବା ଦୁର୍ଦ୍ଦଶା ର ସମ୍ମୁଖୀନ ହେଉଥିବା ପ୍ରତିବାଦରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖି ଏହାର ସୁବ୍ୟବସ୍ଥା କରିବା ସହିତ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।

0
0
0
s2sdefault