ସ୍ଥାନୀୟ ପ୍ରଶାସନ ସମେତ ରାଜ୍ୟ ସରକାର ବିଫଳ ବୋଲି କଲେ ଅଭିଯୋଗ
ବାଲେଶ୍ୱର(ଶାସକ ପ୍ରଶାସକ ): ସଦର ବିଧାନସଭା ଆସନକୁ ପୁଣିଥରେ ଦଖଲକୁ ଆଣିବା ପାଇଁ ଚଳିତ ଉପ-ନିର୍ବାଚନରେ ବିଜେପି ପକ୍ଷରୁ ରୀତିମତ ପ୍ରଚେଷ୍ଟା ଚାଲିଥିବା ବେଳେ ବାଲେଶ୍ୱରବାସୀଙ୍କ ନିକଟତର ହୋଇଛନ୍ତି ଦଳର ହେଭିୱେଟ୍ ନେତା । ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ପ୍ରଶାସକ ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ସହରର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ମାନସଙ୍କ ପାଇଁ ପ୍ରଚାର କରିଛନ୍ତି । ପୌରାଞ୍ଚଳର ୨୯ ନଂ ୱାଡରେ ପଦଯାତ୍ରା ଓ କ୍ୟାମ୍ପେନିଂ କରିବା ଅବସରରେ ସ୍ଥାନୀୟ ଅଞ୍ଚଳରେ ଶାସକ ଦଳର ତଥାକଥିତ ବିକାଶ ଧାରାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ବିଗତ ୨୦ ବର୍ଷ ପୂର୍ବରୁ ବାଲେଶ୍ୱରରେ ଜିଲ୍ଲାପାଳ ଥିବା ବେଳର ସ୍ଥିତି ଅନୁସାରେ ବିକାଶ କ୍ଷେତ୍ରରେ ସହର ବେଶ୍ ପଛରେ ଥିବା ସେ କହିଛନ୍ତି । ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀରେ ସ୍ଥାନୀୟ ପ୍ରଶାସନ ସମେତ ରାଜ୍ୟ ସରକାର ବିଫଳ ହୋଇଥିବା ସେ ଆରୋପ କରିଛନ୍ତି । ଅନ୍ୟପକ୍ଷରେ ଜଣେ ଦିଂବଗତ ବିଧାୟକଙ୍କ ପ୍ରତି ଶାସକ ଦଳ ବିଜେଡିର ନେତା ଓ ମନ୍ତ୍ରୀଙ୍କ ଅମାନବୀୟ ମନ୍ତବ୍ୟକୁ ନେଇ ଶ୍ରୀ ବୈଷ୍ଣବ ତୀବ୍ର ସମାଲୋଚନା କରିଥିଲେ । ତେବେ ସଦର ନିର୍ବାଚନମଣ୍ଡଳୀୟ ସର୍ବାଙ୍ଗିନ ଉନ୍ନତି ପାଇଁ ଏକମାତ୍ର ଜୋଗ୍ୟପ୍ରାର୍ଥୀ ବିଜେପିର ମାନସ ଦତ୍ତଙ୍କୁ ଅଧିକ ସଂଖ୍ୟକ ଭୋଟରେ ଜିତାଇବା ନିମେନ୍ତ ସେ ଜନସାଧାଣଙ୍କୁ ନିବେଦନ କରିଥିଲେ ।