ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ନିଜ ନିଖୋଜ ସ୍ୱ।ମି ଙ୍କ ସନ୍ଧାନପାଇଁ ପତ୍ନୀଙ୍କୁ ଧାରଣା ଦେବାକୁ ପଡୁଛି । ଏଭଲି ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ଜିଲ୍ଲା ରେ । ନିଖୋଜ ଦାଦନ ଶ୍ରମିକ ଙ୍କ ପରିବାର ଲୋକେ ଙ୍କ ଅଭିଯୋଗ ଅନୁସାରେ ସମ୍ବଲପୁର ଜିଲ୍ଲା ର କୁଚିଣ୍ଡା ବ୍ଲକ ନୂଆଡିହି ପୁଖୁରାମାଲ ଗ୍ରାମର ହରି ପିଙ୍ଗ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଏକ ବର୍ଷ ରୁ ଅଧିକ ହେଲା ତାଙ୍କର କୌଣସି ପତ୍ତା ମିଳୁନାହିଁ । ଏନେଇ ତାଙ୍କ ପତ୍ନୀ ଶୁଭାସିନୀ ପିଙ୍ଗ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରି ଶୁଭାସିନୀ ଆଜି ସମ୍ବଲପୁର ଜିଲାପାଳଙ୍କ ଅଫିସ ବାହାରେ ଧାରଣା ଦେଇଛନ୍ତି। ଶୁଭାସିନି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦାଦନ ଖଟିବାକୁ ଯାଇଥିବା ନିଜ ସ୍ୱାମୀ ହରିଙ୍କୁ ତାଙ୍କ ଗ୍ରାମର ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଗୋଆକୁ ସାଙ୍ଗରେ ନେଇଥିଲେ। ଗୋଆର ପୁଞୀ ଠାର ପହଞ୍ଚିବାର ୨ଦିନ ପରେ ସେହି ବ୍ୟକ୍ତି ଫୋନ କରି ତାଙ୍କ ସ୍ୱାମୀ ପାଗଳ ହୋଇ କେଉଁଆଡେ ଚାଲି ଯାଇଥିବା ଶୁଭାସିନୀ ଙ୍କୁ ଜଣାଇଥିଲେ। ତେବେ ଏହାକୁ ଆଦୌ ବିଶ୍ୱାସ ନ କରି ନିଖୋଜ ସ୍ୱାମୀଙ୍କ ପତ୍ତା ଲଗାଇବାକୁ ଶୁଭାସିନୀ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଦେବାର ଦୀର୍ଘମାସ ବିତିଯାଇଥିଲେ ମଧ୍ୟ ପୁଲିସ ଓ ଶ୍ରମ ବିଭାଗର ନିଷ୍କିୟତା ଯୋଗୁଁ ନିଜ ନିଖୋଜ ସ୍ୱାମୀ ସଂପର୍କରେ କୌଣସି ସୁଚନା ପାଇପାରୁ ନାହାନ୍ତି ପତ୍ନୀ ଶୁଭାସିନି । ତେଣୁ ନିଜ ନିଖୋଜ ସ୍ୱାମୀ ଙ୍କ ଫେରାଇ ଆଣିବା ସହ ଦାଦନ ଖଟାଉଥିବା ଦଲାଲ ଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି ଶୁଭାସିନି ପିଙ୍ଗ । ଏଥିପାଇଁ ସେ ଜିଲ୍ଲାପାଳ ଙ୍କ କାଯ୍ୟାଲୟ ବାହାରେ ଧାରଣା ଦେବା ସହ ନିଖୋଜ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ନିଖୋଜ ସ୍ୱାମୀଙ୍କ ସନ୍ଧାନ କରିବାକୁ ଜିଲା ପ୍ରସାସନ କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଅପରପକ୍ଷେ ଦାଦନ ଖଟିବାକୁ ଯାଇ ନିଖୋଜ ଥିବା ନିଜ ସ୍ୱାମୀ ର ସନ୍ଧାନ ପାଇଁ ପତ୍ନୀ କରୁଥିବା ଧାରଣା କୁ ସମ୍ବଲପୁର ର ବିଭିନ୍ନ ସଂଗଠନ ର ସଭ୍ୟ ମାନେ ଉପସ୍ଥିତ ରହି ନିଜର ପୁଣ୍ଣ ସମର୍ଥନ କରିଥିଲେ ।