କୋରୋନା ମୁକ୍ତ ହୋଇ ଫେରିଲେ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନ କୋରୋନା ସଂକ୍ରମଣରୁ ସୁସ୍ଥ ଲାଭ କରି କାର୍ଯ୍ୟରେ ଯୋଗଦାନ କରିଛନ୍ତି। କୋଭିଡ ମାଜିଷ୍ଟ୍ରେଟ ଭାବରେ  କାର୍ଯ୍ୟ କରିଥିବା ଶ୍ରୀ ପ୍ରଧାନ ଦିନରାତି ଲୋକଙ୍କ ସେବାରେ ନିୟୋଜିତ ରହିଥିଲେ। ମାତ୍ର ସେପ୍ଟେମ୍ବର ୧୦ ତାରିଖରେ ନିଜେ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ୨୧ ଦିନ ସଙ୍ଗରୋଧରେ ରହିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଥିଲେ ଶ୍ରୀ ପ୍ରଧାନ। ଏହି ଉପଲକ୍ଷେ ଝାରସୁଗୁଡ଼ାର ବିଭିନ୍ନ ସଂଗଠନ ଓ ପୌରପାଳିକାର କର୍ମଚାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। 

ସୂଚନାଯୋଗ୍ୟ ଯେ ଶ୍ରୀ ରାମଚନ୍ଦ୍ର ପ୍ରଧାନ କୋରୋନା ବିରୋଧରେ ନିଜର ଅତୁଳନୀୟ ସେବା ପାଇଁ ପୂର୍ବରୁ କୋରୋନା ଯୋଦ୍ଧା ଭାବରେ ସମ୍ମାନିତ ମଧ୍ୟ ହୋଇଛନ୍ତି।

0
0
0
s2sdefault