ଟୁଇଟକୁ ନେଇ ସମାଲୋଚନା ପରେ ସଫେଇ ଦେଲେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିବାଦୀୟ ଟୁଇଟକୁ ନେଇ ଚାରି ଆଡୁ ସମାଲୋଚନାର ସ୍ୱର ଉଠିଥିବା ବେଳେ ବିଜେଡି ନେତାମାନେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି | ଏହି ପରିପ୍ରେକ୍ଷୀରେ ନିଜ ଟୁଇଟ ଉପରେ ସଫେଇ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ | ସେ କହିଛନ୍ତି ତାଙ୍କ ଟୁଇଟକୁ ନେଇ ବିଜେଡି ବିଜେଡିର ମିଥ୍ୟା ପ୍ରଚାର କରିଛି | ସେ କହିଛନ୍ତି ଯେ ଓଡିଶାକୁ ସେ ପାକିସ୍ଥାନ କହିନାହାନ୍ତି ଓଡିଶା ପୋଲିସକୁ ସେ ପାକିସ୍ଥାନୀ ପୋଲିସ ଭଳି ବୋଲି କହିଛନ୍ତି |
ଏକ ଟୁଇଟ ଦେଇ ନିଜ ସଫେଇରେ ବୈଜୟନ୍ତ କହିଛନ୍ତି ଯେ "ଓଡ଼ିଶା ପାକିସ୍ତାନ ଭଳି ବିଲକୁଲ କହିନାହାନ୍ତି, ବରଂ ଓଡ଼ିଶା ଓ ମହାରାଷ୍ଟ୍ର ପୋଲିସ ପାକିସ୍ତାନ ପୋଲିସ ଭଳି ବ୍ୟବହାର କରୁଛି ଏବଂ ବିଜେଡି ଏହାର ଅର୍ଥକୁ ବିକୃତ କରିବାକୁ ଚେଷ୍ଟା କରୁଛି | "