୧୭ ଜିଲ୍ଲାରେ ଭରସା ତୁଟିଲା, ୧୭ ଜିଲ୍ଲାରେ ଆସ୍ଥା ଅତୁଟ
ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି କଂଗ୍ରେସ ଜିଲ୍ଲା ସଭାପତି ତାଲିକା | ୧୬ ଟି ଜିଲ୍ଲାରେ ସଭାପତି ଅପରିବର୍ତ୍ତିତ ରଖିତଗିବା ବେଳେ ୧୭ ଟି ଜିଲ୍ଲାରେ ବଦଳି ଛନ୍ତି ଜିଲ୍ଲା ମଙ୍ଗୁଆଳ | କିଛି ଜିଲ୍ଲାରେ ଭରସା ତୁଟିଛି, ଆଉ କିଛି ଭୋଟ ପୂର୍ବରୁ ଦଳ ଛାଡିଛନ୍ତି | ଅପରପକ୍ଷରେ ଏଥର କାର୍ଯ୍ୟକାରୀ ସଭାପତି ପାଦ ଜିଲ୍ଲା ସ୍ତରରେ ଉଛେଦ ହୋଇଛି | କାରଣ କେବଳ ଗତଥର ସଭାପତି ଓ କାରିଆକରି ସଭାପତି ତାଲିକା ଆସିଥିବା ବେଳେ ଏଥର ତାଲିକାରେ କେବଳ ସଭାପତିଙ୍କ ନାମ ପ୍ରକାଶ ପାଇଛି | ଏହି ତାଲିକାରେ ୩ ଜଣ ବିଧାୟକ ଯଥା ସୁରେଶ କୁମାର ରାଉତରାୟ, ରମେଶ ଚନ୍ଦ୍ର ଜେନା ଓ ଦାଶରଥି ଗମାଂଗ ଜିଲ୍ଲା ସଭାପତି ପାଇଥିବା ବେଳେ ଆଉ ଜଣେ ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କ ହାତରେ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି ତାଙ୍କ ଧର୍ମପତ୍ନୀଙ୍କ ସଭାପତି ଭାବେ ପୁନଃ ଅବସ୍ଥାପିତ କରି | ତାଲିକାରେ ଦୁଇଜଣ ମହିଳା ସ୍ଥାନ ପାଇଛନ୍ତି ଜିଲ୍ଲା ସଭାପତି ଭାବେ | ଜଣେ ହେଲେ ବିଧାୟକ ତାର ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି (କୋରାପୁଟ) ଓ ଗିରିଵାଲା ବେହେରା (କଟକ ସହର) . ଭୁବନେଶ୍ୱର ଜିଲ୍ଲାରେ ସଭାପତି ଥିବା ମାନସ ଚୌଧୁରୀଙ୍କୁ ନେଇ କଟକ ଜିଲ୍ଲାରେ ସଭାପତି କରିଥିବା ବେଳେ (କାରଣ ପୂର୍ବରୁ ସେଠି ପ୍ରକାଶ ବେହେରା ସଭାପତି ଥିଲେ ଓ ଦଳ ଛାଡି ବିଜେପି ଚାଲିଯାଇଥିଲେ), ଜିଲ୍ଲାରେ କାର୍ଯ୍ୟକାରୀ ସଭାନେତ୍ରୀ ଥିବା ରଶ୍ମି ମହାପାତ୍ର ସଭାପତି ପଦରୁ ବଂଚିତ ହୋଇଛନ୍ତି | ଭୁବନେଶ୍ୱରରୁ ସଭାପତି ହୋଇଛନ୍ତି ବିଶ୍ୱଜିତ ଦାସ |