ଟପ୍ପର ସୋଏବଙ୍କ ସହ ଫୋନରେ କଥା ହେଲେ ନବୀନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  NEET ପରୀକ୍ଷାରେ ସାରା ଦେଶରେ ଟପ୍ପର ହୋଇଥିବା ଓଡ଼ିଶାର ସୋଏବ ଆଫତାବଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି |  ସେ ପାଇଥିବା ବିରଳ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ  ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ମଧ୍ୟ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କ୍ୟାରିୟର କାମନା କରିଛନ୍ତି। ଅପାର ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଫୋନ କଲ ପାଇ ସୋଏବ ବହୁତ ଖୁସି ହେବ ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ସୋଏବଙ୍କ ଏ ବିରଳ ସଫଳତା ବିଷୟ ଜାଣିବା ପରେ  ଗତକାଲି ସିଏମ୍ ଏକ ଟୁଇଟ୍ ମାଧ୍ୟମରେ  ସୋଏବ ଆଫତାବଙ୍କୁ  NEET2020 ରେ ଏକ ଭଲ ସ୍କୋର ପାଇଥିବାରୁ ଏବଂ ପରୀକ୍ଷାରେ ଶୀର୍ଷ ସ୍ଥାନ ପାଇଥିବାରୁ ଅଭିନନ୍ଦନ ଜଣାଇଥିଲେ  | 

0
0
0
s2sdefault