ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ମୁକାବିଲାରେ ଭାରତକୁ ଆଉ ଏକ ସଫଳତା । ସକ୍ରିୟଙ୍କ ସଂଖ୍ୟା ଗତ ଦେଢ଼ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୮ ଲକ୍ଷ ତଳକୁ ଖସିଛି । ସୂଚନାଯୋଗ୍ୟ ଯେ , ଗତ ୨୪ ଘଣ୍ଟା ମଧ୍ୟରେ ୬୨,୨୧୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୩୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଏଯାବତ ମୋଟ ମାମଲା ୭୪,୩୨,୬୮୧ ରେ ରହିଛି, ଯେଉଁଥିରେ ୭,୯୫,୦୮୭ ସକ୍ରିୟ ମାମଲା ରହିଥିବା ବେଲେ ୬୫,୨୪,୫୯୬ ଲୋକ ସୁସ୍ଥ ହୋଇ ସାରିଲେଣି | ଏ ଯାବତ ମୃତ୍ୟୁ ସଂଖ୍ୟା ୧,୧୨,୯୯୮ରେ ପହଂଚିଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି |