ଓଡିଶା ସମେତ 6ଟି ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ବିଶେଷ ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା
• 5,718 କୋଟି ଟଙ୍କାର ବ୍ୟୟ ବରାଦକୁ ସିସିଇଏର ମଞ୍ଜୁରୀ
• ମୋଦୀ ସରକାରଙ୍କ ଜାତୀୟ ଶିକ୍ଷାନୀତି କ୍ରିୟାନ୍ଵୟନରେ ଦେବ ବଡ ସହାୟତା
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଓଡିଶା ସମେତ ଦେଶର 6ଟି ରାଜ୍ୟକୁ ଶିକ୍ଷାଦାନ, ଶିକ୍ଷା ଗ୍ରହଣ ଓ ପରୀକ୍ଷା ଫଳରେ ଭଲ ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ବା ‘ଷ୍ଟାର୍ସ’ ଯୋଜନାକୁ ମୋଦୀ ସରକାରଙ୍କ ଅନୁମୋଦନ । ଓଡ଼ିଶାକୁ ଜ୍ଞାନର ରାଜଧାନୀ କରିବା ପାଇଁ ଏକ ବଡ ପଦକ୍ଷେପ ବୋଲି ଟ୍ଵିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଅର୍ଥନୀତି ସମ୍ଭନ୍ଧୀୟ କ୍ୟାବିନେଟ କମିଟି ଉପରୋକ୍ତ କାର୍ଯ୍ୟ ପାଇଁ 6ଟି ରାଜ୍ୟରେ ଖର୍ଚ୍ଚ ବାବଦକୁ ବିଶ୍ଵ ବ୍ୟାଙ୍କର ମୋଟ 5,718 କୋଟି ଟଙ୍କା ଖର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ରାଷ୍ଟ୍ରୀୟ ଶିକ୍ଷାନୀତି-2020ର ସଫଳ ରୂପାୟନ ପାଇଁ ଏହି ପାଣ୍ଠି ଓଡିଶା ସମେତ 6ଟି ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶରେ ସହାୟକ ହେବ ।
ଏହାଛଡା ଜମ୍ମୁ-କଶ୍ମୀର ଓ ଲାଦାଖ ଭଳି କେନ୍ଦ୍ର ଶାସିତ ଅଞ୍ଚଳର ବିକାଶ ପାଇଁ 520 କୋଟିର ଅନୁଦାନକୁ କ୍ୟାବିନେଟର ଅର୍ଥନୈତିକ କମିଟିର ଅନୁମୋଦନକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହାଦ୍ଵାରା ଏହି ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ସବୁ କେନ୍ଦ୍ରୀୟ ଯୋଜନାର ଉତ୍ତମ କ୍ରିୟାନ୍ଵୟନ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।