ହେଡଲାଇନସ୍:

୪୨ଟି ସିଏନଜି ଷ୍ଟେସନ ଏବଂ ୩ଟି ସିଟି ଗେଟ୍ ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ୟାସ ଭିତିଭୂମିରେ ୪ ଲକ୍ଷ କୋଟି ପୁଞ୍ଜିନିବେଶ ହେଉଛି - ଧର୍ମେନ୍ଦ୍ର ପ୍ରଧାନ

• ବିଗତ ୬ ବର୍ଷରେ ଦେଶରେ ସିଏନଜି ଷ୍ଟେସନ ଦୁଇ ଗୁଣା ହୋଇଛି

• ଦେଶରେ ସିଜିଡି ନେଟୱାର୍କର ସଂପ୍ରସାରଣ ପାଇଁ ୮ ହଜାର କୋଟି ପୁଞ୍ଜିନିବେଶ କରିବ ଟୋରେଂଟ୍

• ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟେରେଂଟ୍ ପକ୍ଷରୁ ୧୦୦ ସିଏନଜି ଷ୍ଟେସନ ସ୍ଥାପନ

• ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ/ଭୁବନେଶ୍ୱର – ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଂଟ୍ ଗ୍ୟାସର ୪୨ଟି କମ୍ପେ୍ରସଡ୍ ନ୍ୟାଚୁରାଲ ଗ୍ୟାସ(ସିଏନଜି) ଏବଂ ୩ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗୀକୃତ କରିଛନ୍ତି ।

ଦେଶର ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ପାଇଁ ପାଇପଲାଇନର ଶିଳାନ୍ୟାସ ଓ ଟର୍ମିନାଲ, ଗାସ କ୍ଷେତ୍ରରେ ୬୦ ବିଲିୟନ ଅର୍ଥାତ୍ ୪ ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଟଙ୍କା ପୁଞ୍ଜିନିବେଶ କରାଯାଉଛି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ।

ଦେଶରେ ସିଟି ଗ୍ୟାସ ବିତରଣ(ସିଜିଡି)ନେଟୱାର୍କର ସଂପ୍ରସାରଣ ପାଇଁ ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ନେଇ ଟୋରେଂଟ୍ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ବିଗତ ୬ ବର୍ଷରେ ଦେଶରେ ସିଏନଜି ଷ୍ଟେସନ ଦୁଇ ଗୁଣା ହୋଇଛି ।

୨୦୧୪ରେ ଦେଶରେ ୯୩୮ ସିଏନଜି ଷ୍ଟେସନ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୨୩୦୦ରେ ପହଁଚିଛି । ସେହିପରି ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟେରେଂଟ୍ ପକ୍ଷରୁ ୧୦୦ ସିଏନଜି ଷ୍ଟେସନ ସ୍ଥାପନ କରାଯାଇଛି । ଦେଶରେ ପ୍ରାକୃତିକ ଗ୍ୟାସ ଭିତିଭୂମିକୁ ସଂପ୍ରସାରଣ କରିବାରେ ଟୋରେଂଟ୍ ଗ୍ୟାସର ଉଦ୍ୟମ ପ୍ରଶଂସନୀୟ ।

ଆଜି ଉତରପ୍ରଦେଶରେ ୧୪ଟି, ମହାରାଷ୍ଟ୍ରରେ ୮ଟି, ଗୁଜୁରାଟରେ ୬ଟି, ପଞ୍ଜାବରେ ୪ଟି, ତେଲେଙ୍ଗାନା ଏବଂ ରାଜସ୍ଥାନରେ ୫ଟି ଲେଖାଏଁ ସିଏନଜି ଷ୍ଟେସନର ଲୋକାର୍ପଣ କରାଯାଇଛି । ଏହାବ୍ୟତିତ ଉତରପ୍ରଦେଶ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଗୋଟିଏ ଲେଖାଁଏ ସିଟି ଗେଟ୍ ଷ୍ଟେସନ ଲୋକାର୍ପଣ କରାଯାଇଛି । ରାଷ୍ଟ୍ର ଉଦେ୍ଧଶ୍ୟରେ ଉତ୍ସର୍ଗୀକୃତ ସମସ୍ତ ୪୨ଟି ସିଏନଜି ଷ୍ଟେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଥିବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ । ଦେଶ ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଥିବା ବେଳେ ଏହା ଦେଶର ଅଶୋଧିତ ତୈଳର ନିର୍ଭରତାକୁ ହ୍ରାସ କରିବ । 

 

0
0
0
s2sdefault