ହେଡଲାଇନସ୍:

କୋଭିଡ- ୧୯ ପରିସ୍ଥିତି ଅନୁଧ୍ୟାନ ପାଇଁ ପହଁଚିଲେ ଆଇ ସି ଏମ ଆର-ଆର ଏମ ଆର ସି ଟିମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାଲକାନଗିରିରେ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେଲେନ୍ସ ପାଇଁ ରକ୍ତ ନମୁନା ସଂଗ୍ରହ 

ମାଲକାନଗିରି ( ବି ଶ୍ରୀନିବାସ ପାତ୍ର)  କୋଭିଡ - ୧୯ ପରିସ୍ଥିତି ଅନୁଧ୍ୟାନ ପାଇଁ ଆଇସି ଏମ ଆର - ଆରଏମଆରସି ୫ଜଣିଆ ଟିମ ମାଲକାନଗିରି ଜିଲ୍ଲାରେ ଆଜି ପହଁଚିଛନ୍ତି । ଏହି ଟିମର ବୈଜ୍ଞାନିକ ଓ ଡାକ୍ତର ବିଶେସଜ୍ଞ ଦଳ ମାନେ ଜିଲ୍ଲାପାଳ ମନିଷ ଅଗ୍ରୱାଲ , ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟଅଧୁକାରୀ ଡାକ୍ତର ପି.କେ.ନନ୍ଦ ଓ କୋଭିଡ଼୧୯ ହସପିଟାଲର ଡାକ୍ତର ମାନଙ୍କ ସହିତ କରୋନା ପରିସ୍ଥିତି କିପରି ସୁଧୁରିବ ଓ ସଂକ୍ରମଣ କିପରି ରୋକା ଯାଇପାରିବ ସେ ସଂପର୍କରେ ଆଲୋଚନା କରିଛନ୍ତି । ମାଲକାନଗିରି ପୌରପରିଷଦ ଅଞ୍ଚଳର ୧୯ଟି ଯାକ ୱାର୍ଡରେ ୬ତାରିଖ ମାନେ ଆଜି ଠାରୁ ୮ତାରିଖ ପର୍ଯ୍ୟନ୍ତ ଆଇସିଏମଆର - ଆରଏମଆରସି ର ବିଶେଷଜ୍ଞ ଦଳ ଓ ସ୍ଵାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ସିରୋଲୋଜିକାଲ ସର୍ଭେଲେନ୍ସ ରେ ରକ୍ତନମୁନା ସଂଗ୍ରହ କରିବେ , ଏହା ଦ୍ବାରା କୋରୋନା ପ୍ରତିରୋଧକ ଶକ୍ତି ଲୋକମାନଙ୍କ ମଧ୍ୟରେ କେତେ ରହିଛି ଜଣାପଡ଼ିବ , ଏହି ଟିମଙ୍କୁ ପୌରପରିଷଦ ବାସୀ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପୌରାଞ୍ଚଳ ବାସୀଙ୍କୁ ଅନୁରୋଧ କରିଛନ୍ତି ।

0
0
0
s2sdefault