ମ.ରାମପୁର/ଜଗତରାମ ସାହୁ: ବଲାଙ୍ଗୀର ଜିଲ୍ଲା ରେ ସରପଞ୍ଚଙ୍କ ଦବଙ୍ଗଗିରି କରିଥିବା ସରପଞ୍ଚ ଓ ତାଙ୍କ ସହଯୋଗୀ ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ବିଡ଼ିଓ ଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ଙ୍କୁ ୱେବ୍ ମିଡ଼ିଆ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । କିଛିଦିନ ତଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ କାର୍ଯ୍ୟରତ ଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧ ଅନ୍ତିମ ପାଣିଗ୍ରାହୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ କରିଥିଲେ । ସୂଚନା ଯୋଗ୍ୟ ଯେ ତୁରେକେଲା ବ୍ଲକ ଝରନି ପଞ୍ଚାୟତରେ କୋଭିଡ ସେଣ୍ଟରରେ ଥିବା ଦାଦନ ଶ୍ରମିକମାନଙ୍କୁ ଟଙ୍କା ମିଳିନଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକ ଜଣଙ୍କ ଉକ୍ତ ପଞ୍ଚାୟତକୁ ଯାଇଥିଲେ । କିନ୍ତୁ ଝରନି ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରେମଲତା ମେହେରଙ୍କ ସ୍ବାମୀ ତାହାର କିଛି ସହଯୋଗୀଙ୍କ ସହ ଆସି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ଏଣୁ ଏହି ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ର ୱେବ୍ ମିଡ଼ିଆ ସଂଘ ତରଫରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ଏକ ଦାବି ପତ୍ର ଦିଆଯାଇଥିଲା । ଏଥିରେ ଦାବି ଜଣେଇଥିବା ପ୍ରଶାନ୍ତ ସାମନ୍ତରାୟ , ଯୁବ ସାମ୍ବାଦିକ ସୁବ୍ରତ କୁମାର ସାହୁ, ସୁଶାନ୍ତ ମଲ୍ଲିକ, ଜଗତରାମ ସାହୁ, ଭୀଷ୍ମ ସାହୁ ଓ ନାର୍ଲା ନିର୍ବାଚନ ମଣ୍ଡଳୀ ର ସମସ୍ତ ୱେବ୍ ମିଡ଼ିଆ ପ୍ରତିନିଧି ଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଛି।