ସାର ବଣ୍ଟନରେ ଅନିୟମିତତା ଅଭିଯୋଗ, ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ଘେରିଲେ ଦୀପାଳୀ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ୨୯ ଜୁନ: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧୀନ ଅର୍ଡା ପ୍ରାଥମିକ କୃଷି ସମବାୟ ସମିତି ପରିଦର୍ଶନ କରି ପୂର୍ବତନ ବିଧାୟିକା ଦୀପାଳୀ ଦାସ ସୋମବାର ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଚାଷୀମାନେ ସାର ବଣ୍ଟନକୁ ନେଇ ବିଭିନ୍ନ ସମସ୍ୟା ଓ ଅସନ୍ତୋଷ ପ୍ରକାଶ କରିଥିଲେ।

ଚାଷୀଙ୍କ ଅଭିଯୋଗ ଆଧାରରେ ଦୀପାଳୀ ଦାସ କହିଛନ୍ତି ଯେ, ସାର ବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ବିଶେଷକରି ଋଣୀ (ଲୋନୀ) ଓ ଅଣ-ଋଣୀ (ନନ୍-ଲୋନୀ) ଚାଷୀଙ୍କ ମଧ୍ୟରେ ପାତରଅନ୍ତର କରାଯାଉଥିବାରୁ ଅନେକ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଆପ୍-ଆଧାରିତ ସାର ବଣ୍ଟନ ବ୍ୟବସ୍ଥା ଯୋଗୁଁ ସାଧାରଣ ଚାଷୀମାନେ ଅନାବଶ୍ୟକ ହଇରାଣ ହେଉଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି।

ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସାର ବଣ୍ଟନ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ସମସ୍ତଙ୍କ ପାଇଁ ସୁଗମ କରିବାକୁ ଦୀପାଳୀ ଦାସ ଦାବି କରିଛନ୍ତି। ସମସ୍ତ ଯୋଗ୍ୟ ଚାଷୀଙ୍କୁ ସମାନ ଭାବେ ସହଜରେ ସାର ଉପଲବ୍ଧ କରାଇବା ପାଇଁ ସରକାର ତୁରନ୍ତ ଦୃଢ଼ ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

0
0
0
s2sdefault