ଜି ଉଦୟଗିରି ଠାରେ ଜଗନ୍ନାଥ ବଳଭଦ୍ର ଙ୍କ ହାତୀବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜି.ଉଦୟଗିରି ୨୯/୬(ଅବନୀ କୁମାର ପ୍ରଧାନ) ସୋମବାର ଦିନ ସ୍ନାନ ପୂର୍ଣମୀ ଉପଲକ୍ଷେ ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ବଳଭଦ୍ର ଙ୍କୁ ହାତୀବେଶ କରାଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଆଳତି ପରେ ଠାକୁର ମାନଙ୍କ ବିଭିନ୍ନ ରୀତିନୀତି କରାଯାଇଥିଲା।ଏହାପରେ ପହଣ୍ଡି କରାଯାଇ ଠାକୁର ମାନଙ୍କୁ ସ୍ନାନ ମଣ୍ଡପ କୁ ଅଣା ଯାଇଥିଲା ସ୍ନାନ ମଣ୍ଡପରେ ମଧ୍ୟ ଆଳତି କରାଯାଇଥିଲା ୧୦୮ କଳସି ରେ ସ୍ନାନ କରାଯିବା ପରେ ଜଗନ୍ନାଥ ଓ ବଳଭଦ୍ର ଙ୍କୁ ଗଜାନନ ବେଶ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ସମୀର କୁମାର ପାଢ଼ୀଙ୍କ ଉପସ୍ଥିତ ରେ ପୁରହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଶର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ, ପୂଜକ ଅଚୁତ୍ୟ ପଣ୍ଡା, ବିଭିନ୍ନ ପୂଜାର୍ଚନା କରିଥିଲେ। କାଳୁ ଚରଣ ପଣ୍ଡା,ଚନ୍ଦ୍ରକାନ୍ତ ପଣ୍ଡା, ମାନସ ପଣ୍ଡା ଠାକୁର ମାନଙ୍କୁ ଗଜାନନ ବେଶ କରାଇଥିଲେ। ସ୍ନାନ ମଣ୍ଡପରେ ଠାକୁର ମାନଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଜନ ଗହଳି ଲାଗି ରହିଥିଲା |

0
0
0
s2sdefault