ହେଡଲାଇନସ୍:

ବେଲୁନକୁ ଦେଖି ଲୋକେ ଛାନିଆ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଲୁଗେଲ ପଞ୍ଚୟତର mpv-83 ଗାଁ ଠାରୁ ପ୍ରାୟ 500 ମିଟର ଦୂରରେ ଥିବା ଏକ ଚାଷ ଜମିରେ  ଆଜି ସକାଳୁ ଆକାଶରୁ ଏକ ବିରାଟ କାୟ ବେଳୁନ ପଡିଥିବା ସ୍ଥାନୀୟ ଲୋକମାନେ ଦେଖୀବା ପରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେବା ସହ ଉକ୍ତ ଅଞ୍ଚଳରେ ଏକ ଆଲୋଡନ ସୃଷ୍ଟି ହୋଇଯାଇଛି ।ଏ ସମ୍ପର୍କରେ ଅଞ୍ଚଳ ବାସୀ ତୁରନ୍ତ ମୋଟୁ ଥାନାକୁ ଜଣାଇଥିଲେ । ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କାଲିମେଳା ଅଗ୍ନିଶମ ବିଭାଗ କୁ ଜଣାଇବା ସହିତ ମୋଟୁ ଥାନାରୁ ଏକ ସ୍ୱତନ୍ତ୍ର ପୋଲିସ ଟିମ ଘଟଣା ସ୍ଥଳକୁ ପଠାଇଥିଲେ ।ସୁଚନାପାଇ କାଲିମେଳା ଅଗ୍ନିଶମ ବିଭାଗ ର କେନ୍ଦ୍ର ଅଧିକାରୀ ଗୁପ୍ତଶ୍ୱର ଦାସ ଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ ।ସେଠାରେ ପଡିଥିବା ବେଳୁନରେ Indian Metro Logical department Govt Of India NewDelhi ବୋଲି ଲେଖା ରହିଛି । ଏଥିସହ Jinyang Industrial Co Pvt LTD  କମ୍ପାନୀର GPS Radiosonde ଲେଖାଥିବା ଏକ  GPS ଲାଗିଥିବା ଦେଖିବାକୁ ପାଇଥିଲେ ।ଏହାପରେ ଅଗ୍ନିଶମ ବିଭାଗ ର କର୍ମଚାରୀମାନେ ଉକ୍ତ ବେଳୁନ ରେ ଥିବା ଗ୍ୟାସ କୁ ବାହାର କରିବା ପରେ ଘଟଣାର ଉପଯୁକ୍ତ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉକ୍ତ ବେଳୁନ କୁ ମୋଟୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏହା କୌଣସି ବିସ୍ପୋରକ ସାମଗ୍ରୀ ନୁହେଁ ।ଭାରତ ସରକାରଙ୍କ ପଣିପାଗ ବିଭାଗର ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଥିବା ଅଗ୍ନିଶମ ବିଭାଗ ର କେନ୍ଦ୍ର ଅଧିକାରୀ ଶ୍ରୀ ଦାସ କହିଛନ୍ତି । ତେବେ ଉଦ୍ଧାର  ହୋଇଥିବା ବେଳୁନ ଟି  କାହାର ,କେଉଁଠୁ  ଆସିଛି ଓ ଏହି ଜାଗାରେ କିପରି ଖସିପଡ଼ିଲା ତାହାର  ଉପଯୁକ୍ତ ତଦନ୍ତ କରାଯିବ ବୋଲି  ପୋଲିସ ପକ୍ଷରୁ କୁହାଯାଇଛି ।

0
0
0
s2sdefault