ହେଡଲାଇନସ୍:

ଏଏମ୍/ଏନ୍‌ଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ଵୀପରେବୃତ୍ତିଭିତ୍ତିକ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦ୍ଵୀପ, ଜୁଲାଇ ୦୯, ୨୦୨୬:ଏଏମ୍/ଏନ୍‌ଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ଵୀପ ପୌରପାଳିକାର ସହଭାଗୀତାରେ ପାରାଦ୍ଵୀପ ପୌରପାଳିକାର ୩ ନମ୍ବର ୱାର୍ଡସ୍ଥିତ କଲ୍ୟାଣ ମଣ୍ଡପଠାରେ ଏହାର ସିଏସ୍‌ଆର୍ କାର୍ଯ୍ୟକ୍ରମପ୍ରକଳ୍ପ ‘ଦକ୍ଷ’ ଅଧୀନରେ ଏକ ବୃତ୍ତିଭିତ୍ତିକ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ଏଏମ୍/ଏନ୍‌ଏସ୍ ପୋର୍ଟସ୍ ଏହାରପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିଛି।
ପାରାଦ୍ଵୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳଙ୍କ ଦ୍ୱାରା ଏହି କେନ୍ଦ୍ରଟି ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଉପାଧ୍ୟକ୍ଷା ଶ୍ରୀମତୀ ଛବିଲତା ରାଉତ, ଗୋଷ୍ଠୀ ସଂଗଠିକା ଶ୍ରୀମତୀ ଦୀପିକା ସାହୁ, ୱାର୍ଡ ନଂ-୩ର କାଉନସିଲର ଶ୍ରୀମତୀ କବିତା ସାହୁ, ତ୍ରିନାଥ ମତ୍ସ୍ୟଜୀବୀ ସଂଘର ସଭାପତି ଶ୍ରୀ ଧନେଶ୍ୱର ସାହୁ ଏବଂ ଏଏମ୍/ଏନ୍‌ଏସ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ ଯଥା ଅର୍ଥ ବିଭାଗର ମୁଖ୍ୟ ଶ୍ରୀ ପ୍ରଶାନ୍ତ ବେହେରା ଓବାଣିଜ୍ୟିକବିଭାଗର ଡିଜିଏମ ଶ୍ରୀ ଅନନ୍ତ ସୁବୁଦ୍ଧି ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦ୍ଵୀପ ପୌରପାଳିକାର ୨ ଓ ୩ ନମ୍ବର ୱାର୍ଡର ୩୩ ଜଣ ମହିଳାଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ। ଭବିଷ୍ୟତରେ ଏହି ପଦକ୍ଷେପକୁ ସମଗ୍ର ପାରାଦ୍ଵୀପ ପୌରପାଳିକା ଅଞ୍ଚଳରେ ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି। ଏହି କେନ୍ଦ୍ର ପାଇଁ କଲ୍ୟାଣ ମଣ୍ଡପର ସ୍ଥାନ ପାରାଦ୍ଵୀପ ପୌରପାଳିକା ପକ୍ଷରୁ ଉପଲବ୍ଧ କରାଯାଇଥିବା ବେଳେ ସମସ୍ତ ଯନ୍ତ୍ରପାତି ଏବଂ ଆନୁଷଙ୍ଗିକ ସୁବିଧା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୮ଟି ସିଲାଇ ମେସିନ୍ ରହିଛି ଯେଉଁଥିରେ ୬ଟି ମାନୁଆଲ୍ ଓ ୨ଟିଇଲେକ୍ଟ୍ରିକାଲ୍ମେସିନ୍ ଅନ୍ତର୍ଭୁକ୍ତ ଅଛି। ଏଥିସହ ଜଣେ ବିଶେଷଜ୍ଞ ପ୍ରଶିକ୍ଷକଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି ଏବଂ ବର୍ତ୍ତମାନ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ପାଇଁ ମାଗଣା କପଡ଼ା ମଧ୍ୟ ଯୋଗାଇ ଦିଆଯାଉଛି।
ଏହି ଅବସରରେ ପାରାଦ୍ଵୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ କହିଛନ୍ତି, “ଏହି ସିଲାଇ ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ ସ୍ଥାନୀୟ ଗୋଷ୍ଠୀକୁଦୀର୍ଘସ୍ଥାୟୀଜୀବିକାସୁଯୋଗ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଆତ୍ମନିର୍ଭରଶୀଳତାର ସୁଯୋଗ ସୃଷ୍ଟି କରିବାରେ ଏଏମ୍/ଏନ୍‌ଏସ୍ ପୋର୍ଟସ୍‌ର ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି।”

ଏହି ଅବସରରେ ଏଏମ୍/ଏନ୍‌ଏସ୍ ଇଣ୍ଡିଆର ଓଡ଼ିଶା ଅପରେସନ୍ସ ମୁଖ୍ୟ ଶ୍ରୀ ୟୁ.ଏସ.ଆର. ରାଜୁ କହିଛନ୍ତି ଯେ, “ଦୀର୍ଘସ୍ଥାୟୀ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ସଶକ୍ତିକରଣ ଏଏମ୍/ଏନ୍‌ଏସ୍ ଇଣ୍ଡିଆର ସର୍ବୋଚ୍ଚ ପ୍ରାଥମିକତା। ଏହି ଉଦଘାଟନ ଦକ୍ଷତା ବିକାଶ, ଆତ୍ମନିର୍ଭରଶୀଳତା ଏବଂ ସ୍ଥାନୀୟ ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ଦୃଢ଼ କରିବା ପାଇଁ ଆମର ସଂକଳ୍ପକୁ ପ୍ରତିପାଦିତ କରୁଛି।”

ଏହି ପଦକ୍ଷେପ ମାଧ୍ୟମରେ, ଏଏମ୍/ଏନ୍‌ଏସ୍ ପୋର୍ଟସ୍ ଗ୍ରାମାଞ୍ଚଳର ମହିଳାମାନଙ୍କୁ ଜୀବିକା ସମ୍ପର୍କିତ ଦକ୍ଷତା ପ୍ରଦାନ ମାଧ୍ୟମରେ ସଶକ୍ତ କରୁଛି ଏବଂସ୍ଥାୟୀ ରୋଜଗାରର ସୁଯୋଗ ସୃଷ୍ଟି କରି ବ୍ୟାପକ ସ୍ତରରେ ସେମାନଙ୍କୁ ସ୍ୱାବଲମ୍ବୀକରୁଛି।

0
0
0
s2sdefault