-
ଦୀର୍ଘ ମାସର ବ୍ୟବଧାନରେ ଖୋଲିଲା,ଐତିହାସିକ ଭଞ୍ଜବଶିଂୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ଦାନ ହୁଣ୍ଡି।
-
ସେଥିରେ ପୁଣି ଅନେକ ଚିରାଫଟା ଓ କଳଙ୍କି ଯୁକ୍ତ ମୁଦ୍ରା
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଦୀର୍ଘ ମାସର ବ୍ୟବଧାନରେ ଅର୍ଥାତ୍ ଦୁଇବର୍ଷ ପରେ ଅଦ୍ୟ ଜୁଲାଇ ମାସ ଶୁକ୍ରବାର ୧୧ ତାରିଖ ୨୦୨୬ ଦିନ ଐତିହାସିକ ଭଞ୍ଜବଶିଂୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି, ଉପଦେଷ୍ଟା ତଥା ଅନ୍ୟାନ୍ୟ ସମସ୍ତ ସଦସ୍ୟ ବୃନ୍ଦ, ତହସିଲଦାର ଅଭିପ୍ସା ପଟ୍ଟନାୟକ ଘୁମୁସର, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଘୁମୁସର,କୁଲାଡ ର ନୂତନ ରାଜସ୍ବ ନୀରିକ୍ଷକ ଲକ୍ଷ୍ମଣ କୁମାର ନାୟକ, ପ୍ରିୟ ରଞ୍ଜନ ଓଡ଼ିଆ, ସନ୍ତୋଷ କୁମାର ମୁଠା ମାଝୀ ଏବଂ ଅନ୍ୟାନ୍ୟ ତହସିଲ କର୍ମଚାରୀ ବୃନ୍ଦ ଙ୍କ ଉପସ୍ଥିତି ରେ ଖୋଲାଗଲା ଦୁଇବର୍ଷ ରୁ ବନ୍ଦ୍ ରହିଥିବା ଦାନ ହୁଣ୍ଡି। ଦୀର୍ଘ ମାସ ହେଲା ଖୋଲା ଯାଇନଥିଵା ଶ୍ରୀଜଗନ୍ନାଥ ମନ୍ଦିର କୁଲାଡ ର ଦାନ ହୁଣ୍ଡି ଉପରୋକ୍ତ ସମସ୍ତ କମିଟି ସଦସ୍ୟ ଓ କର୍ମକର୍ତ୍ତାମାନଙ୍କ ଉପସ୍ଥିତ ରେ ଖୋଲାଗଲା। ସେହି ଦାନ ହୁଣ୍ଡି ଖୋଲିବା ପରେ , ସେହି ହୁଣ୍ଡି (ଦାନ ବାକ୍ସ) ମଧ୍ୟରୁ ସମୁଦାୟ ୬୬ ହଜାର ୮ ଶହ ୮୫ ନଗଦ ଟଙ୍କା ହସ୍ତଗତ ହୋଇଥିଲା। ବିଶେଷ କରି ଦାନ ହୁଣ୍ଡି ରୁ ହସ୍ତଗତ ହୋଇଥିବା ୬୬,୮୮୫ ନଗଦ ଟଙ୍କା ମଧ୍ୟରୁ, କାଗଜ ନୋଟ୍ ଭାବରେ ୩୪,୪୩୫ ଟଙ୍କା, ମୁଦ୍ରା ବା କଏନ୍ ଭାବରେ ୩୧,୭୯୫ ଟଙ୍କା ଏବଂ ଚିରା ଫଟା ଓ କଳଙ୍କି ଲାଗିଥିବା ୬୫୫ ଟଙ୍କା ମନ୍ଦିର ହୁଣ୍ଡିରୁ ହସ୍ତଗତ ହୋଇଥିଲା। ସମୁଦାୟ ୬୬,୮୮୫ ଟଙ୍କା ଦୀର୍ଘ ମାସର ବ୍ୟବଧାନରେ ଅର୍ଥାତ୍ ଦୁଇବର୍ଷ ପରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଦାନହୁଣ୍ଡିରୁ ବାହାରିଥିବା ଜଣାପଡିଛି। ଏହି ସମୟରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପୁରୋହିତ ସନ୍ତୋଷ କୁମାର ପଣ୍ଡା (ବାପି) , ମନ୍ଦିର ପରିଚାଳନା କମିଟିର ବ୍ରହ୍ମାନନ୍ଦ ଦାସ, ମୁରଲୀଧର ପଣ୍ଡା, ସୁଧିର ଦାସ,ବିଭୁ ପ୍ରସାଦ ମିଶ୍ର,ଶିବ ପାଢ଼ୀ ସହିତ ତହସିଲ କର୍ମଚାରୀ ତ୍ରିଲୋଚନ ବିଶ୍ଵାଳ,ସଶ୍ମିତାରାଣୀ ମିଶ୍ର, ଫକିର ମୋହନ ସ୍ଵାଇଁ,ଡି.ନିରଞ୍ଜନ ପ୍ରଧାନ, ସୁକାନ୍ତ କୁମାର ପରିଡ଼ା,ରାଜ କିଶୋର ପାଳ,ବିପିନ କୁମାର ମହାରଣା, ଅକ୍ଷୟ କୁମାର ପ୍ରଧାନ, ଚନ୍ଦ୍ର ଶେଖର ସ୍ଵାଇଁ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିବା ସହିତ ଦାନ ହୁଣ୍ଡି ରୁ ବାହାରି ଥିବା ଅର୍ଥ ରାଶି କୁ ମୂଲ୍ୟାଙ୍କନ କରିଥିଲେ।






