ହେଡଲାଇନସ୍:

କୁଏତର ଭାରତୀୟ ପ୍ରବାସୀ ପରିଷଦ, ଓଡିଶା ସଂଘର ‘ଆତ୍ମନିର୍ଭର ଭାରତ’ ୱେବିନାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଆତ୍ମନିର୍ଭର ଭାରତ ଅଭିଯାନ - ଧର୍ମେନ୍ଦ୍ର ପ୍ରଧାନ

• ମହାମାରୀ ସମୟରେ ମାସ୍କ ଓ ପିପିଇ କିଟ୍ ଉତ୍ପାଦନରେ ଅଗ୍ରଣୀ ଦେଶ ହୋଇଛି ଭାରତ

• ଗରିବଙ୍କ ଜୀବନରେ ମଧ୍ୟ ମୂଳଭୁତ ପରବର୍ତନ ଆଣିବ ଆତ୍ମନିର୍ଭର ଭାରତ ପ୍ୟାକେଜ୍

• ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ୱାସ ପ୍ରଧାନମନ୍ତ୍ରୀଙ୍କ ମୂଳମନ୍ତ୍ର

• ଏକବିଂଶ ଶତାବ୍ଦୀରେ ସାମାଜିକ-ଅର୍ଥନୀତି ମଡେଲ ତିଆରି କରିବା ଦରକାର

• କୁଏତର ଭାରତୀୟ ପ୍ରବାସୀ ପରିଷଦର ସଦସ୍ୟଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ

• ଆତ୍ମନିର୍ଭର ଭାରତ ଅଭିଯାନକୁ କୁଏତର ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜଙ୍କ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଦେଶକୁ ଆତ୍ମନିର୍ଭର କରିବ ନାହିଁ ବରଂ ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ମଧ୍ୟ ପୂରଣ କରିବ ବୋଲି ଶୁକ୍ରବାର କୁଏତର ଭାରତୀୟ ପ୍ରବାସୀ ପରିଷଦର ଓଡିଶା ସଂଘ ଦ୍ୱାରା ଆୟୋଜିତ ‘ଆତ୍ମନିର୍ଭର ଭାରତ’ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ବିଶ୍ୱ କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ ଦେଇ ଗତି କରୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ କରୋନାର ଦୃଢ ମୁକାବିଲା କରୁଛି । ବର୍ତମାନ କରୋନାର ପ୍ରତିଷେଧକ ଟୀକା ବାହାରି ନଥିବା ବେଳେ ମାସ୍କ ଏବଂ ପିପିଇ କିଟ୍ କରୋନାରୁ ରକ୍ଷା ପାଇବାର ମୁଖ୍ୟ ଆଧାର ହୋଇଛି । ପୂର୍ବରୁ ଦେଶରେ ମାସ୍କ ଏବଂ ପିପିଇ କିଟର ଉତ୍ପାଦନ  ହେଉନଥିଲା ମାତ୍ର ସାଂପ୍ରତିକ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଦୈନିକ ୨ ଲକ୍ଷ ପିପିଇ କିଟ୍ ଉତ୍ପାଦନ  କରିପାରୁଛି । କରୋନା ସମୟରେ ୧୫୦ଟି ଦେଶକୁ ଔଷଧ ପଠାଇପାରିଛି । ମହାମାରୀ ସମୟରେ ଭାରତର ଏହି ସଫଳ ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କେବଳ ସୀମିତ ସମୟ ପାଇଁ ଦେଶର ଅର୍ଥନୀତିର ପୁନଃରୁଦ୍ଧାର କରିବାରେ ସହାୟକ ହେବ ନାହିଁ ବରଂ ଭାରତକୁ ଆତ୍ମନିର୍ଭର କରିବାର ମୂଳଦୂଆ ପକାଇବ । ଆତ୍ମନିର୍ଭର ଭାରତ ଅଧୀନରେ ଅଣାଯାଇଥିବା ନୀତି ସଂସ୍କାର କୃଷି ଭିତିଭୂମି, ଏମଏସଏମଇକୁ ସୁଦୃଢ କରିବ ଏବଂ ଗରିବଙ୍କ ଜୀବନରେ ମଧ୍ୟ ମୂଳଭୁତ ପରବର୍ତନ ଆଣିବ । ଆତ୍ମନିର୍ଭର ଭାରତର ଅନ୍ୟତମ ମୂଳ ଲକ୍ଷ୍ୟ ଆଧୁନିକ ଭିତିଭୂମିର ନିର୍ମାଣ ବୋଲି ସେ କହିଛନ୍ତିା

ଆଜି ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ୱାସ ପ୍ରଧାନମନ୍ତ୍ରୀଙ୍କ ମୂଳମନ୍ତ୍ର ହୋଇଛି । ଏହାକୁ ଆଧାର କରି ଦେଶରେ ଏକବିଂଶ ଶତାବ୍ଦୀରେ ସାମାଜିକ-ଅର୍ଥନୀତି ମଡେଲ ତିଆରି କରିବାର ଆବଶ୍ୟକତା ରହିଛି । ଅପରପକ୍ଷରେ ମହାମାରୀ ସମୟରେ ଗରିବ କଲ୍ୟାଣ ପ୍ୟାକେଜ୍ ଘୋଷଣା କରାଯାଇ ଦେଶର ୮୦ କୋଟିରୁ ଉଦ୍ଧ୍ୱର୍ ଗରିବ ଲୋକଙ୍କୁ ମାଗଣା ଖାଦ୍ୟାନ୍ନ ଦିଆଯାଇଛି । ଜନଧନ ଆକାଉଂଟରେ ଆର୍ଥିକ ସହାୟତା ଦିଆଯାଇ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇଛି । ଏଭଳି ପଦକ୍ଷେପ ଅନ୍ୟ କେଉଁ ଦେଶରେ ହୋଇନାହିଁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କୁଏତର ଭାରତୀୟ ପ୍ରବାସୀ ପରିଷଦର ସଦସ୍ୟ ମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କୁଏତର ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସାମିଲ୍ ହୋଇଥିଲେ । ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜଙ୍କ ସମେତ ୱେବିନାରରେ ସାମିଲ ଭାରତୀୟ ପ୍ରବାସୀ ପରିଷଦର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରଶଂସା କରିଥିଲେ । 

0
0
0
s2sdefault