ହେଡଲାଇନସ୍:

ଦୁଇ ବାଇକ ମଧ୍ୟରେ ଧକ୍କା, ଦମ୍ପତ୍ତି ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ ( ଶାସକ ପ୍ରଶାସକ )  –  ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ଆଜି ସନ୍ଧ୍ୟା ୭ ଟା ରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ କଦଳୀଗଡ଼ ପଞ୍ଚାୟତ କନ୍ଧରା ଗ୍ରାମର ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ କଦଳୀଗଡ଼ ଗ୍ରାମ୍ ପଞ୍ଚାୟତ କନ୍ଧରା ଗ୍ରାମର ଜଗଦୀଶ ମେହେର ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ମେହେର ଗୋଟିଏ ବାଇକ ଓଡି୨୭ ଏ ୫୯୦୦ ଯୋଗେ ଆଜି ସନ୍ଧ୍ୟାରେ ଶ୍ୱଶୁର ଘର ତେଲିବନ୍ଧ ଅଞ୍ଚଳକୁ କୌଣସି କାମରେ ଯାଉଥିଲେ l ଜାତୀୟ ରାଜପଥ ନମ୍ବର୍ ୫୭ ର ମଧୁପୁର ଛକ ନିକଟରେ ଓଭର ଟେକ୍ ବେଳେ ଆଗରେ ଯାଉଥିବା ଅନ୍ୟ ଗୋଟିଏ ବାଇକ ପଛରେ ତାଙ୍କ ବାଇକ ଧକ୍କା ହୋଇଥିଲା | ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନସ୍ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ l ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି l

0
0
0
s2sdefault