ହେଡଲାଇନସ୍:

ସରକାରୀ ନିୟମକୁ ଫୁ : ଜିଲ୍ଲାପାଳଙ୍କ ବିନାଅନୁମତିରେ କୋଭିଡ ସମୟରେ କନିଷ୍ଠ ଶିକ୍ଷକଙ୍କ ମେଳି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି 

ମାଲକାନଗିରି(ବି ଶ୍ରୀନିବାସ ପାତ୍ର)-କୋଭିଡ ମହାମାରୀରେ ଦେଶ ଉବୁଟୁବୁ , ରାଜ୍ୟ ର ଅର୍ଥ ଭାରକୁ  ପଛକୁ ଟାଣି ନଇଥିବା ବେଳେ, ସରକାରୀ କାମ ପାଇଁ ମଧ୍ୟ ସରକାରୀ କର୍ମୀ ପରକ୍ଷ ଭାବରେ ଲାଞ୍ଚ ନେବା ଓ ଦେବା ଖବର ସାମ୍ନାକୁ ଆସିଛି l ବିଗତ ୨୮.୦୮.୨୦ ଶୁକ୍ରବାର ଦିନ ମାଲକାନଗିରି ସ୍ଥିତ ଏମ.ଭି ୧୩  ଗ୍ରାମରେ ଏକ ବେସରକାରୀ ସ୍ଥାନରେ ଜିଲ୍ଲାପାଳଙ୍କ କୋଭିଡ ନିୟମକୁ ଉଲଘଂନ କରି, ଉଚ୍ଚପଦସ୍ଥ ଅଧିକାରୀଙ୍କ ଚାପରେ ଜିଲ୍ଲାର ସମସ୍ତ ବ୍ଲକରୁ ସର୍ବ ମୋଟ ୧୮-୧୯ ଜଣ ଜୁନିୟର ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଶିକ୍ଷକ ମାନେ ବେସରକାରୀ ଭାବେ ଗୋଟିଏ ଯାଗାରେ ଏକତ୍ରିତ ହେଇଥିଲେ l

ଜିଲ୍ଲାପାଳଙ୍କ କରୋନା ନିୟମାବଳୀ ଅନୁସାରେ ଯେତେବେଳେ ଜିଲ୍ଲା କରୋନା ସ୍ଥିତି ସୁଧୁରିବାରେ ନା ନେଉ ନାହିଁ ସେହି ସମୟରେ କୌଣସି ବି ଗୋଷ୍ଠୀ ସମୂହ ହେଉ ବା ସରକାରୀ ବୈଠକ, ପାଇଁ ସରକାରଙ୍କ ଅନୁମତି ନେବା ନିହାତି ଆବଶ୍ୟକ ଥିବା ବେଳେ ଜିଲ୍ଲାପାଳଙ୍କ ବିନାଅନୁମତି  ଏହି ବୈଠକ କରିଥିବା କଥା ସେଠାରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ସ୍ୱୀକାର କରିଛନ୍ତି l ସରକାରୀ ନିୟମ ଅନୁଯାଇ ୬ ବର୍ଷ ଧରି ଜୁନିୟର ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ଶିକ୍ଷକତାର ସମସ୍ତ ସରକାରୀ କାର୍ଯ୍ୟ କ୍ଷେତ୍ରକୁ ଅନୁଧ୍ୟାନ କରି ଜୁନିୟର ଶିକ୍ଷକ ମାନଙ୍କୁ ରେଗୁଲାର କରିବା ପ୍ରାବଧାନ ଥିବା ବେଳେ ୬ ବର୍ଷରୁ ଅଧିକା ସମୟ ବିତି ସାରିଥିଲେ ମଧ୍ୟ ଏହି କାର୍ଯ୍ୟକୁ କରାଯାଇ ନଥିବା କଥା ସାମ୍ନାକୁ ଆସିଛି l ଅନ୍ୟତ୍ର ଏ କଥାବି ସାମ୍ନାକୁ ଆସିଛି ଯେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକୁ ସୁଚାରୁ ରୂପେ କରିବା ପାଇଁ ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ଜୁନିୟର ଶିକ୍ଷକ ମାନଙ୍କ ଠାରୁ ଜଣକା ୫୦୦୦ ଟଙ୍କା ଆଦାୟ କରାଯିବା ପାଇଁ ନିଷ୍ପତି ନିଆ ଯାଇଛି l ପ୍ରଶ୍ନ ଉଠୁଛି ଗତ ୨୮-୦୮-୨୦ ତାରିଖରେ ସମସ୍ତ ବିଦ୍ୟାଳୟ ଖୋଲା ଥିଲା କିପରି ୧୮/୧୯ ଜଣ ଶିକ୍ଷକ ନିଜ ନିଜ ବିଦ୍ୟାଳୟ ଅନୁପସ୍ଥିତ ରହି ବୈଠକ ରେ କିପରି ଯୋଗଦେଇଥିଲେ ଓ ଏହାକାହା ଅନୁମତିରେ ହୋଇଥିଲା।

ଅର୍ଥ ଲୋଭ ରେ ସରକାରୀ କାର୍ଯ୍ୟକୁ ଜାଣିଶୁଣି ବିଳମ୍ବ କରି ପରୋକ୍ଷ ଭାବେ ଟଙ୍କାର ଆଢୁଆଳରେ କିଭଳି ଉଚ୍ଚପଦସ୍ଥ କର୍ମୀଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ହୋଇପାରିବ ଏହାର ଏକ ଆଲୋଚନା ପାଇଁ ଏକତ୍ରିତ ହୋଇଥିଲେ ସମସ୍ତ ଶିକ୍ଷକ l ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ ଉଚ୍ଚପଦସ୍ଥ କର୍ମୀ ଙ୍କ କଥାକୁ ମାନିବାକୁ ଯାଇ କାଲିମେଳା ବ୍ଲକ ଅନ୍ତର୍ଗତ ହରିଶ କରଙ୍କ ନେତୃତ୍ୱ ରେ ଏଇ ବୈଠକକୁ ପରିଚାଳନା କରାଯାଉଥିଲା l ହରିଶ କର ଙ୍କ ସହ ଗୁମାବ୍ଲକ ସ୍ଥିତ ନିରାକାର ପାଗଡ଼, ରଂଜିତ ସେଠି, ବିଦ୍ୟାଧର ମାଝୀ, ଅମର ମଲ୍ଲିକ ଭଳି କିଛି ଜୁନିୟର ଶିକ୍ଷକ ଉପରିସ୍ଥ କର୍ମୀଙ୍କ ଚାପରେ ବାଧ୍ୟ ହୋଇ ସମସ୍ତଙ୍କ ଠାରୁ ଚାକିରୀ କ୍ଷେତ୍ରରେ ରେଗୁଲାର କରିବା ପାଇଁ ଲାଞ୍ଚ ମାଗିବା କଥା ନେଇ ଅଭିଯୋଗ ଆଣିଛନ୍ତି କିଛି ଜୁନିୟର ଶିକ୍ଷକ କର୍ମୀ lଏ ନେଇ ପରୋକ୍ଷରେ ଯେତେବେଳେ ବୈଠକରେ ଉପସ୍ଥିତ ଥିବା ଶିକ୍ଷକ ମାନଙ୍କୁ ପ୍ରଶ୍ନ କରାଗଲା ସେମାନେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେହି ବୈଠକର ଅନ୍ତର୍ଭୁକ୍ତ କରି କିଭଳି ସରକାରୀ ନିୟମର ଉଲଂଘନ ଅପରାଧ ରୁ ପାର ପାଇବେ ତାହା ଚେଷ୍ଟା କରିଥିଲେ l ତେବେ ପ୍ରଶ୍ନ ଏଠାରେ ଏକ ପ୍ରଶ୍ନ ଉପୁଜୁଛି ଯେ ଜିଲ୍ଲାପ୍ରଶାସନ ଏହି ସବୁକୁ ନେଇ କେତେ ଅବଗତ,ଯଦି ଓ ଅବଗତ ସେ ଏହା ନେଇ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ଦେଖିବାକୁ ଆଗକୁ ବାକି ରହିଲା ।

0
0
0
s2sdefault