ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ଏହା କାର୍ଯ୍ୟକଳାପ ବିଷୟରେ ଅବଗତ ଥିବା ଏବଂ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଥିବା ଟ୍ୱିଟର ପକ୍ଷରୁ ସ୍ଵୀକାର କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରୁ କୋଭିଡ୍ -19 ପାଇଁ PM ନ୍ୟାସନାଲ ରିଲିଫ୍ ଫଣ୍ଡକୁ ଉଦାର ଭାବରେ ଦାନ କରିବାକୁ କୁହାଯାଇଛି ଓ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଲିଙ୍କ ପ୍ରଦାନ କରାଯାଇଛି |
ପିଏମ ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟ୍ ହ୍ୟାକିଂକୁ ନିଶ୍ଚିତ କରିଛି ଟ୍ୱିଟର | ଏହି କାର୍ଯ୍ୟକଳାପ ବିଷୟରେ ଅବଗତ ରହିବା ସହ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛି। ଟୁଇଟର ମୁଖପାତ୍ର ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି, "ଆମେ ପରିସ୍ଥିତିର ଅନୁସନ୍ଧାନ କରୁଛୁ । ଏହି ସମୟରେ ଅତିରିକ୍ତ ଆକାଉଣ୍ଟଗୁଡିକ ପ୍ରଭାବିତ ହେବା ବିଷୟରେ ଆମେ ଅବଗତ ନାହୁଁ।" ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟ୍ ସହିତ ଲିଙ୍କ୍ ହୋଇଥିବା ହୋଇଥିବା ଟ୍ୱିଟର ଆକାଉଣ୍ଟରେ 2.5 ମିଲିୟନ୍ ଫଲୋଅର ଅଛନ୍ତି।