ହେଡଲାଇନସ୍:

ଗଣ୍ଠିପୋକ,ପତ୍ରପୋଡ଼ା, ସଢା ରୋଗ ବଢ଼ାଇଛି ଚାଷୀଙ୍କ ମୁଣ୍ଡବିନ୍ଧା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଔଷଧ ମିଳୁନି, ଯାହା ମିଳୁଛି ତାହା ଏକ୍ସାରୀ 

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ପଦ୍ମପୁର ବ୍ଲକରେ ଗଣ୍ଠିପୋକ,ପତ୍ରପୋଡ଼ା, ସଢା ରୋଗ ହେବା ଫଳରେ ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି। କୃଷି ବିଭାଗ ଦ୍ବାରା ଚାଷୀଙ୍କୁ ରିହାତି ମୂଲ୍ୟରେ କିଟନାଶକ ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ପଦ୍ମପୁର କୃଷି ସୂଚନା କାର୍ଯ୍ୟାଳୟରେ ତାର ବ୍ୟତିକ୍ରମ ଦେଖୁବାକୁ ମିଲିଛି । ହଜାର ହଜାର ଚାଷୀଙ୍କ ଧାନ ଚାଷ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଲେ କେତେ ହାତ ଗଣତି କିଛି ଚାଷୀଙ୍କୁ ଔଷଧ ବଣ୍ଟନ କରାଯାଇଛି । ସେହି ହାତଗଣତି ଚାଷୀଙ୍କୁ ମଧ୍ୟ ଅବଶ୍ୟକ ମୁତାବକ ସମ୍ପୂର୍ଣ୍ଣ ଭାବରେ ଔଷଧ ପ୍ରଦାନ କରାଯାଇନାହିଁ  । ଔଷଧ ପାଇବା ଆଶାନେଇ ଆଶିଥିବା ହଜାର ହଜାର ଚାଷୀ ନିରାଶ ହୋଇ ଫେରିଛନ୍ତି ଘରକୁ । ସ୍ଥାନୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ଏପରି  ହଇରାଣ ହେଉଛନ୍ତି ବାରମ୍ବାର । ବାରମ୍ବାର ଚାଷୀଙ୍କୁ ଔଷଧ ପ୍ରଦାନ କରାଯିବ ବୋଲି ଅଧିକାରୀ ଚାଷୀଙ୍କୁ ଆଶ୍ବାସନା ଦେଉଛନ୍ଧି ଯାହାକୁ ଅପେକ୍ଷା କଲେ ଚାଷୀର ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବ । ଯେଉଁ ଔଷଧ ଦିଆଯାଇଛି ତାହା ପୁଣି ମାତ୍ର ୨୫ ଦିନ ପରେ ଏକ୍ସାରୀ ହେବ । ଅଫିସର ବାବୁଙ୍କ ବାରମ୍ବାର ଖାମଖିଆଲ  ନୀତି  ପାଇଁ ଚାଷୀମନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ କୋଣସି ଚାଷୀକୁ  ତାର ପଇଠ କରିଥିବା ଟଙ୍କାର ରସିଦ ମଧ୍ୟ ଦିଆଯାଇନାହିଁ , ସେଥିରେ ମଧ୍ୟ ଅଫିସର ଚାଲାକୀ ଦେଖାଉଛନ୍ତି । ଯଦି କୋଣସି ଔଷଧ ଫେଲମାରେ ଏବଂ ଚାଷ ନଷ୍ଟ ହୁଏ ଅତି ସହଜରେ ଅଫିସର ନିଜ ମୁଣ୍ଡରୁ ଦୋଷ କାଢ଼ିନେବେ । ଏହାଶହ ସରକାରୀ ମୁଲ୍ୟରୁ କିଛି ଅଧିକ ଟଙ୍କା ନେଲେ ମଧ୍ୟ ଧରା ପଡିବେ ନାହିଁ ଅଫିସର । ସରକାରୀ ବାବୁ ପରୋକ୍ଷ ଭାବେ ବଜାରରୁ ଚଢା ଦରରେ ଔଷଧ କିଣିବା ପାଇଁ ଚାଷୀଙ୍କୁ ବାଧ୍ୟ  କରୁଥିବା ଚାଷୀମାନଙ୍କୁ ପରୋକ୍ଷରେ ବାଧ୍ୟ କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି | 

0
0
0
s2sdefault