ପଦ୍ମପୁର : ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ପରିସର ମଧ୍ୟରେ ସ୍ବାୟତ୍ତ ଶାସନ ଦିବସ ୨୦୨୦ ନିରାଡାମ୍ବର ଭାବରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ଯଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତାଙ୍କ ବକ୍ତବ୍ଯ ରେ ସ୍ବାୟତ୍ତ ଶାସନ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ବିଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବିଞାପିତ ଅଞ୍ଚଳ ପରିଷଦ ତରଫରୁ ନିଆ ଯାଉଥିବା ବିଭିନ୍ନ ପ୍ରକଳ୍ପ ର କାର୍ଯ୍ୟକାରୀତା ବିଷୟରେ ଆଲୋକପାତ କରିବା ସହିତ ଲୋକ ମାନଙ୍କୁ ଉତ୍ତମ ଭାବରେ ମୌଳିକ ସେବା ଯୋଗାଇ ଦେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସ୍ବାୟତ୍ତ ଶାସନ ଦିବସ ପାଳନ ର ଉଦ୍ଦେଶ୍ୟ ଞାପନ କରିବା ସହିତ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ଦେଇଥିଲେ । ଶେଷରେ ବିଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ଶ୍ରୀ ଧର୍ମପ୍ରିୟ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟର କର୍ମଚାରୀ, ସଫେଇ କର୍ମଚାରୀ, ସ୍ବଛସାଥୀ,ପୂର୍ବତନ କାଉନସିଲ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ସିମିତ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦରୱାନ ଅଳିଆ ପରି ବହନ ପାଇଁ ଉଦ୍ଦିଷ୍ଟ
ପାଞ୍ଚ ଗୋଟି ବ୍ୟାଟେରୀ ଚାଳିତ ଗାଡିର ଲୋକାର୍ପଣ କରିଥିଲେ । ଏହା ପରେପରେ ଗାଇସିଲେଟ ରୋଡ ଠାରେ ଥିବା ମାଇକ୍ରୋ କମ୍ପୋଷ୍ଟଂ ସେଣ୍ଟର ( MCC ) ଏବଂ ମେଟେରିଏଲ ରିକଉରି ସେଣ୍ଟର ( Mrc ) ପରିସର ମଧ୍ୟରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି, ସ୍ବଛସାଥୀ ଏବଂ କର୍ମଚାରୀ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା ।