ବରଗଡ :- ବରଗଡ ଜିଲ୍ଲା ଅତାବିରା ସରଣ୍ଡା ମନ୍ଦିର ଛକରେ ଏକ ଅଜଣା ବୃଦ୍ଧ ନଖାଇ ନ ପିଇ ପଡି ରହିଥିବା ଲକ୍ଷ୍ୟ କରି ଗଣମାଧ୍ୟମ ପ୍ରତିନିଧି ସୌମ୍ୟରଂଜନ ବେହେରା ଅଗଷ୍ଟ ୩୦ ତାରିଖରେ ବରଗଡ଼ରେ କାର୍ଯରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରକୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ ନିଷ୍ଠା ଟିମ ସାଂଗେ ସାଂଗେ ତାଙ୍କୁ ଉଦ୍ଧାର କରି ବରଗଡ ଡାକ୍ତରଖାନାରେ କରୋନା ଟେଷ୍ଟ କରାଇବାସହ ତାଙ୍କ ପ୍ରଥମିକ ଚିକିତ୍ସା କରାଇଥିଲା । ବୃଦ୍ଧଙ୍କର ହାଇଡ୍ରୋସିଲ ରୋଗ ଥିବା ଜାଣିବାକୁ ପାଇଲେ ନିଷ୍ଠାର ସଭ୍ୟ ମାନେ। ଆଗାମି ଦିନରେ ତାଙ୍କ ଅସ୍ତ୍ରୋପଚାର କରାଯିବ । ଆଜି ନିଷ୍ଠା ପରିବାର ତରଫରୁ ତାଙ୍କ ଚୁଟି ଦାଢି କାଟି ସଂପୂର୍ଣ ସଫାକଲା ପରେ ନିଷ୍ଠା ପରିବାର ତରଫରୁ ଅଲିଭା ଘର ବୃଦ୍ଧାଶ୍ରମରେ ରହିବାର ବ୍ୟବସ୍ଥା କରାଗଲା। ଏଥିରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ,ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ,ମଦନ ମୋହନ ଦାଶ,ବିଦ୍ୟାଧର ଭୋଇ, ଲିଂଗରାଜ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ରାସ୍ତା କଡରୁ ବୃଦ୍ଧାଶ୍ରମ : ଲୋକଙ୍କ ସେବାରେ ସଦା ସର୍ବଦା ନିଷ୍ଠା ପରିବାର
- Hits: 633