ହେଡଲାଇନସ୍:

ସଙ୍ଗରୋଧ କେନ୍ଦ୍ରରୁ ଫେରାର ମାରିଲେ ସଂକ୍ରମିତ ଯୁବକ: ଅବ୍ୟବସ୍ଥାକୁ ଦାୟୀକଲେ ବୁଦ୍ଧିଜୀବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲ ଗ୍ରାମକୁ ବାହାର ରାଜ୍ୟରୁ ଜୈନେକ ୪୫ବର୍ଷିୟ ଯୁବକ ଆସିଥିଲେ । ତାଙ୍କର ଗତ ୨୫/୮/୨୦ରେ ଆଂଟିଜେନ ଟେଷ୍ଟ ଦ୍ୱାରା କରୋନା ପଜେଟିଭ ଥିବା ଜଣାପଡିଥିଲା । ଗ୍ରାମବାସୀଙ୍କ ବିରୋଧ ସତ୍ୱେ ପଂଚାୟତ ପ୍ରଶାସନ ତରଫରୁ ତାଙ୍କୁ ମାଟିଆମହୁଲସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଥିଲା । ମାତ୍ର ଜଣେ ମଣିଷ ବସବାସ କରିବା ଭଳିଆ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ପଂଚାୟତ ପ୍ରଶାସନ ଭୁଳିଯିବାରୁ ସଂକ୍ରମିତ ଯୁବକ ଦୁଇ ଦିନ କଷ୍ଟମଷ୍ଟରେ ରହିବା ପରେ ସଙ୍ଗରୋଧ କେନ୍ଦ୍ରରୁ ବୁଧବାର ବିଲମ୍ବିତ ରାତ୍ରରେ ମାରିଛି । ସଂକ୍ରମିତ ଯୁବକ ଫେରାର ମାରିବା ପାଇଁ ପ୍ରଂଚାୟତ ପ୍ରଶାସନର ଅବ୍ୟବସ୍ଥାକୁ ବୁଦ୍ଧିଜୀବି ମହଳ ଦାୟୀ କରିଛନ୍ତି । ଘଟଣାଟି ମେଲଛାମୁଣ୍ଡା ପଂଚାୟତ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇବା ସହ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯୋଗ୍ୟ ଯେ ବର୍ତମାନ କରୋନା ସଂକ୍ରମଣ ଗ୍ରାମଂଚଳରେ ହୁ ହୁ ହୋଇ ବଢିଚାଲିଛି । ସଂକ୍ରମଣକୁ ଆୟତ କରିବା ପାଇଁ ଉଭୟ ସରକାର ପଂଚାୟତ ସ୍ତରରେ ଅପର୍ଯାପ୍ତ ଅର୍ଥ ଖର୍ଚ୍ଚ କରି ଭିତି ଭୁମିର ବିକାଶ କରିଛନ୍ତି । ଏପରିକି ପଂଚାୟତ ମୁଖିଆ ମାନଙ୍କୁ ସୁପରିଚାଲନା ପାଇଁ ଜିଲ୍ଳାପାଳ ଦାୟୀତ୍ୱ ପ୍ରଦାନ କରିଛନ୍ତି । ପଂଚାୟତ ସ୍ତରରେ ଏତେ ସବୁ ବ୍ୟବସ୍ଥା ହୋଇଥିବା ସତ୍ୱେ ଜଣେ ସଂକ୍ରମିତ ଯୁବକ ସଙ୍ଗରୋଧରେ ରହିବା ପାଇଁ ସର୍ବ ନିମ୍ନ ସୁବିଧାରୁ ବଂଚିତ ହେବା ଘଟଣା ଜନସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପଂଚାୟତ ପ୍ରଶାସନ ନିଜର କ୍ଷମତା ପ୍ରଯୋଗ କରି ମେଲଛାମୁଣ୍ଡା ପୁଲିସ ଜରିଆରି ସଂକ୍ରମିତ ଯୁବକ ଜଣକୁ ଗ୍ରାମ ବାସୀଙ୍କ ବିରୋଧ ସତ୍ୱେ ଦୀର୍ଘ ଦିନରୁ ବନ୍ଦ ଥିବା ସ୍କୁଲ ଗୃହର ଏକ ଖପର ଘରେ ଯୋର ଯବରଦସ୍ତ ରଖି ଦେଇଥିଲେ । ମାତ୍ର ଅତ୍ୟନ୍ତ ଆବଶ୍ୟକ ଥିବା ପିଇବା ପାଣି, ଆଳୁଅ ବ୍ୟବସ୍ଥା ମଧ୍ୟ କରି ନ ଥିଲେ । ଯଦ୍ୱାରା ଯୁବକ ଜଣକ ଏକ ଡିବିରି ଆଳୁଅରେ ଦୁଇ ରାତି କଟାଇବା ସହ ଦୀର୍ଘ ଦିନରୁ ଅଚଳ ଥିବା ନଳ କୂପରୁ ଲୁହା ଗୁଣ୍ଡ ବାହାରୁଥିବା ପାଣି ପିଇଥିଲେ । ଯୁବକ ରହିଥିବା ଛପର ଘରଟି ମରାମତି ହୋଇ ନ ଥିବାରୁ ସାମାନ୍ୟ ବର୍ଷାରେ କୋଠାଟି ଓଦା ହୋଇଯାଇଥିଲା । ଗ୍ରାମର କିଛି ଯୁବକ ପଂଚାୟତ ପ୍ରଶାସନକୁ ବିଜୁଲି ଏବଂ ପାନୀୟ ଜଳର ବ୍ୟବସ୍ଥା ପାଇଁ ଅନୁରୋଧ କରିବାରୁ ଓଲଟା ପଂଚାୟତ ପ୍ରଶାସନ ତରଫରୁ ଗାଁ ବାଲା ଏସବୁର ବ୍ୟବସ୍ଥା କର ବୋଲି ପଲଟା ଉତର ଆସିଥିଲା । ଜଣେ ଯୁବକ ସଙ୍ଗରୋଧ କେନ୍ଦ୍ରରେ ରହି ନିର୍ବାସନ ଦଣ୍ଡ ପାଇଲା ଭଳିଆ ପରିସ୍ଥିତିରେ କିଭଳି ଦୁଇ ରାତି କଟାଇଥିବ ତାହା ଆକଳନ କରିବା କାଠିକର ପାଠ ଅଟେ ବୋଲି ବୁଦ୍ଧିଜୀବି ମହଳରେ ଦଃୁଖ ପ୍ରକାଶ ପାଇଛି । ଏଭଳି ଏକ ଦଃୁଖ ଦାୟକ ଘଟଣାର ବିଭାଗୀୟ ଉଚ୍ଚ ସ୍ଥରୀୟ ତଦନ୍ତ କରିବା ପାଇଁ ଜନସାଧାରଣରେ ଦାବୀ ହୋଇଛି । ଏ ସଂପର୍କରେ ସ୍ଥାନୀୟ ସରପଂଚ ସୁନୀତା ବରିହାଙ୍କୁ ମୋବାଇଲ ନଂ ୯୫୫୬୭୨୦୪୦୦ରେ କଲ କରିବାରୁ ଫୋନ ଉଠାଇ ନ ଥିବା ବେଳେ ପିଇଓ ଅରୁଣ ସାହୁ ବିଜୁଲି, ପାନୀୟ ଜଳ ବ୍ୟବସ୍ଥା କରିବା ଆମର କ୍ଷମତା ବାହାରେ ଅଛି ବୋଲି ପ୍ରକାଶ କରିଥିଲେ । ସେହିପରି ପଦ୍ମପୁର ବିଡିଓ ସଂର୍କଷଣ ବେହେରା ଜଣେ ଲୋକ ପାଇଁ ପାନୀୟ ଜଳ ଏବଂ ଆଲୁଅର ନିତାନ୍ତ ଆବଶ୍ୟକ ଅଛି । ସେତିକି ଯେ କୌଣସି ପ୍ରକାରେ ବ୍ୟବସ୍ଥା କରିବାରେ କିଛି ଅସୁବିଧା ନାହିଁ ବୋଲି ପ୍ରକାଶ କରିଛନ୍ତି । 

0
0
0
s2sdefault