ହେଡଲାଇନସ୍:

ସାତଦିନ ମଧ୍ୟରେ ଆଦାୟ ହେଲା ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଜୋରିମାନା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଲକଡାଉନ ସମୟରେ ବିଭିନ୍ନ କଟକଣାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଲୋକଙ୍କଠାରୁ ଜୋରିମାନା ହାସଲ କରିଥିବାର ଏକ ବିଜ୍ଞପ୍ତି ଝାରସୁଗୁଡ଼ା ପୋଲିସ ଆଜି ଜାରି କରିଛନ୍ତି। 

ଗତ ୧୪/୦୮/ ୨୦୨୦ ରୁ ୨୧/୦୮/ ୨୦୨୦ ପର୍ଯ୍ୟନ୍ତ ସାତ ଦିନ ମଧ୍ୟରେ ବିଭିନ୍ନ ନିୟମ ଉଲ୍ଲଘଂନ ପାଇଁ  ସମୁଦାୟ  ଟ  ୨,୪୦,୯୫୦/- ଟଙ୍କା ଜୋରିମାନା ଆଦାୟ କରିଥିବା ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏଥି ମଧ୍ୟରୁ କେବଳ ମାସ୍କ ନ ପିନ୍ଧିବା ଯୋଗୁଁ   ଟ ୨,୧୬,୭୫୦/ - ଆଦାୟ କରାଯାଇଛି।ଏହା ବ୍ୟତୀତ ସାମାଜିକ ଦୂରତା ରକ୍ଷାରେ ଅବହେଳା ପାଇଁ  ଟ ୯,୭୦୦/-  ଓ ମୋଟର ଭେଇକଲ ଆକ୍ଟ ଉଲ୍ଲଂଘନ ପାଇଁ  ଟ  ୧୪,୫୦୦/- ଆଦାୟ ହୋଇଛି। 

ଏହା ମଧ୍ୟରେ ସମୁଦାୟ ୩୧ ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ୪୮୮ ଲିଟର ଦେଶୀମଦ ଜବତ କରାଯାଇଛି ବୋଲି ମଧ୍ୟ ସୂଚନା ମିଳିଛି।

0
0
0
s2sdefault