ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୫,୦୭୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୭୬ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୭,୦୨,୭୪୩ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୬,୭୩,୧୬୬ ଜଣ | ଏ ଯାବତ ଦେଶରେ ୧୯,୭୭,୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୫୧,୭୯୭ ରେ ପହଂଚିଛି |
ଏଯାବତ ଦେଶରେ ୩,୦୯,୪୧,୨୬୪ ନମୁନା ଯାଞ୍ଚ ହୋଇଥିବା ବେଳେ କାଲି ଅର୍ଥାତ ଅଗଷ୍ଟ ୧୫ ତାରିଖରେ ୮,୯୯,୮୬୪ ନମୁନା ଯାଞ୍ଚ କରାଯାଇଛି |