ହେଡଲାଇନସ୍:

ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ)  : ଇଲେକ୍ଟ୍ରିକାଲ  ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଅନଲାଇନ  ମାଧ୍ୟମରେ ଆୟୋଜିତ ସ୍ମାର୍ଟ ସିଟି ଏବଂ ସମାଜ ନିମନ୍ତେ ସବୁଜ ପ୍ରଯୁକ୍ତିର ଆବଶ୍ୟକତା ଶୀର୍ଷକ ପ୍ରଥମ ଅନ୍ତର୍ଜାତୀୟ କର୍ମଶାଳାରେ ଏକତ୍ରିତ  ହୋଇଥିଲେ  ।

ଏହି ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀରେ ଆଇଆଇଟି ଗୋଆର ପ୍ରଫେସର ବିଦ୍ୟାଧର ସୁବିୁଦ୍ଧି ଯୋଗ ଦେଇ ମାଇକ୍ରୋ ଗ୍ରୀଡ୍ ସିଷ୍ଟମର ନିୟନ୍ତ୍ରଣ ସମ୍ପର୍କରେ ଆଲୋକପାତ କରିବା ସହ ଏହାର ସମସ୍ୟା ଓ ଏହାର ବଂଟନ ନିୟନ୍ତ୍ରଣ ବିଷୟରେ ମତବ୍ୟକ୍ତ କରିଥିଲେ ।

ଗ୍ରୀଡରେ  ସମସ୍ୟା ଉପୁଜିଲେ ମାଇକ୍ରୋ ଗ୍ରୀଡ ଆଇଲାଣ୍ଡ ମୋଡକୁ ଚାଲିଯାଏ ତେଣୁ ମାଇକ୍ରୋ ଗ୍ରୀଡ୍ କଂଟ୍ରୋଲରକୁ ଭୋଲ୍ଟ ସପୋର୍ଟର ଆବଶ୍ୟକତା ପଡ଼ିଥାଏ ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି । ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ସିଓଲ୍, ଦକ୍ଷିଣ କୋରିଆର ସେଜଙ୍ଗ ବିଶ୍ୱବିଦ୍ୟାଳୟରର ପ୍ରଫେସର ମମତା ଆଗିୱାଲ୍, ଇଟାଲୀର ଟେରାମୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାନିଏଲ୍ ପେଲୁସି, କାନାଡାର କନ୍କୋର୍ଡିଆ ବିଶ୍ୱବିଦ୍ୟାଳୟର ପ୍ରପେସର ଅକ୍ଷୟ ରାଠୋର, ଆଇଆଇଟି ଦିଲ୍ଲୀର ପ୍ରଫେସର ଭୀମ ସିଂହ ଏବଂ ପ୍ରଫେସର ବି.କେ. ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଫେସର ଆଗିୱାଲ୍ ସ୍ମାର୍ଟ ସିଟିରେ ୱାର୍ଲେସ୍ କମ୍ୟୁନିକେସନ ଭୂମିକା ଏବଂ ଇଣ୍ଡଷ୍ଟ୍ରି  ୪.୦ ସମ୍ପର୍କରେ ଆଲୋଚନା କରିଥିବା ବେଳେ ବି୫ଜି ଏବଂ ୬ଜି ୱାର୍ଲେସ୍ ସିଷ୍ଟମ୍ର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ପ୍ରଫେସର ରାଠୋର ଇଲେକ୍ଟି୍ରକ୍ ଭେଇକଲ୍ର ଗବେଷଣା ଓ ବିକାଶ, ଭାରତରେ ଭୂମି ପରିବହନ ଓ ଇଲେକ୍ଟି୍ରକାଲ୍ ଭେଇକଲ୍ ଚାର୍ଜିଙ୍ଗ୍ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ସମ୍ମିଳନୀରେ ଆଇଟିଇଆର ଇଲେକ୍ଟି୍ରକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା ଅତିଥି ମାନଙ୍କର ସ୍ୱାଗତ କରିବା ସହ ବର୍ତମାନ ପ୍ରଯୁକ୍ତି କ୍ଷେତ୍ରରେ ସମାଜରେ ବିକାଶ ଓ ଆଧୁନିକୀକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଏହି ସମ୍ମିଳନୀ ଇଲେକ୍ଟି୍ରକାଲ୍, ଇଲେକ୍ଟ୍ରୋନିକ୍ସ , ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ ଇଂଟେଲିଜେଂଟ ଇଞ୍ଜିନିୟରିଂ ସହ ଜଡିତ ଥିବା ଶିକ୍ଷାବିତ୍, ବୈଜ୍ଞାନିକ, ଗବେଷକ, ଶିଳ୍ପପତି ଓ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରିଥିବା ପ୍ରଫେସର ଶର୍ମା କହିଥିଲେ । ଏହି ସମ୍ମଳନୀର ଆରମ୍ଭରେ ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ) ପ୍ରଫେସର ପି.କେ. ନନ୍ଦ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ, ସୋଆର ମଲ୍ଟିଡିସିପ୍ଲିନାରି ରିସର୍ଚ୍ଚ ସେଂଟର୍ ନିର୍ଦ୍ଦେଶକ  ପ୍ରଫେସର ପି.କେ. ଦାଶ, ଆଇଟିଇଆର୍ ନିର୍ଦ୍ଦେଶକ  ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଜିଟିଏସସିଏସ  ଏସର  ଅର୍ଗାନାଇଜିଂ ଚେୟାର ପ୍ରଫେସର ମନୋହର ମିଶ୍ର ଉପସ୍ଥିତ ଥିଲେ । 

 

0
0
0
s2sdefault