ଝାରସୁଗୁଡ଼ା :(ସୁଭାଷ ସହାରେ) ବିଗତ ୧୦ ବର୍ଷ ଧରି ଝାରସୁଗୁଡ଼ାରେ ମହାଆଡ଼ମ୍ବରରେ ସ୍ୱାଧୀନତା ଦିବସ ପାଳନ କରିଆସୁଥିବା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟଙ୍ଗ ଷ୍ଟାର ଚେରିଟେବଲ ଟ୍ରଷ୍ଟ, ସରବାହାଲ ଏଥର କୋରନା ମହାମାରୀ ପାଇଁ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ କୁ ସମ୍ମାନ କରି କେବଳ ୧0 ଜଣ ଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପ୍ରତି ବର୍ଷ ଟ୍ରଷ୍ଟ ତରଫ ରୁ ଜିଲ୍ଲା ସ୍ତରୀୟ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା କୁ କୋଭିଡ଼ ନିୟମାବଳୀ କୁ ମାନି ଅନଲାଇନ (ଫେସବୁକ) ମାଧ୍ୟମରେ ରେ ଆୟୋଜନ କରାଯାଇଥିଲା ଝାରସୁଗୁଡ଼ା,ବ୍ରଜରାଜନଗର ଓ ଅନ୍ୟାନ୍ୟ ଜାଗାରୁ ବହୁ ପ୍ରତିଯୋଗୀ ବହୁ ଉତ୍ସାହ ସହିତ ଘରେ ରହି ନିଜ ନୃତ୍ୟର ଭିଡିଓ ପଠାଇଥିଲେ। ସୋସିଆଲ ମିଡିଆରେ ଲୋକଙ୍କ ଅନଲାଇନ ଭୋଟ ଜରିଆରେ ବିଜେତା ଘୋଷଣା କରାଯାଇ, ଅନଲାଇନ ସାର୍ଟିଫିକେଟ ପଠାଇ ଦିଆଯାଇଥିଲା। ପତାକା ଉତ୍ତୋଳନ କରିଥିଲେ ଝାରସୁଗୁଡ଼ା ମାଟିର ଭାରତୀୟ ସେନା (ସିଗନାଲ କୋର)ରୁ ଅବସର ପାପ୍ତ ଅଧିକାରୀ ଶ୍ରୀ ଅଭୟ ପଟ୍ଟନାୟକ। ତାରକା ଅତିଥି ଭାବେ ଯୋଗ ଦେଇଥିଲେ ବର୍ତ୍ତମାନ ଭାରତୀୟ ସେନା (ଲଦାଖ) ରେ କାର୍ଯ୍ୟରତ ଯବାନ ବିଶାଳ କୁମାର ସିଂ, ବିହାର ରେଜିମେଣ୍ଟ, ବିଶେଷ ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ତାପସ ରାୟ ଚୋୖଧୁରୀ, ପୂର୍ବତନ ନଗରପାଳ ହରିଷ ଗଣତ୍ରା, ଅବସର ପାପ୍ତ ପ୍ରଧାନ ଶିକ୍ଷକ ଫକୀର ମୋହନ ପାଢ଼ୀ ଓ ଆଦିତ୍ୟ ପୂଜାରୀ । ଟ୍ରଷ୍ଟ ତରଫରୁ ନିର୍ଦ୍ଦେଶକ ଫକୀର ମୋହନ ବାରିକ ଓ ବିବେକାନନ୍ଦ ମିଶ୍ର, ସଭାପତି ଇଂ ଅରବିନ୍ଦ ବାରିକ ସଂଯୋଜନା କରିଥିଲେ।
ସେହିପରି ଝାରସୁଗୁଡ଼ାର କକ୍ସ୍ କଲୋନୀ,ବବୁଆ ବଗିଚା ୱର୍ଆଡ ନମ୍ବର ୧୦ରେ ଡୋମେଷ୍ଟିକ୍ ୱର୍କ ମହିଳା ମାନେ ଜାତୀୟ ପତାକା ଉତ୍ତୋଳନ କରି ୭୪ ତମ ସ୍ବାଧିନତା ଦିବସ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖିଦମତ କମିଟିର ସଭାପତି ଶ୍ରୀମତୀ ରୁବିନା ଖାଁ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରେଖା କେନଟେଚ୍, ବିଦ୍ୟା ଚନ୍ଦ୍ରା, ଜୟଶ୍ରୀ କୁଆ, ଅଲବିନା, ନିରଞ୍ଜନୀଦିଗାଲ, ରୁକ୍ମିଣୀ କୁଆ,ଲତା କୁଆ, ତୃପ୍ତି କୁଆ,ଭୁଲତା ସିଂ ଆଦି ଉପସ୍ଥିତ ଥିଲେ।
ଝାରସୁଗୁଡାସ୍ଥିତ ବୁଡ଼ାପଡ଼ା ଠାରେ ଥିବା ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ଦ୍ବାରା ପରିଚାଳିତ ଦୃଷ୍ଟିବାଧିତ,ମୂକ,ବଧିର, ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।ସରକାରଙ୍କ କୋବିଡ଼-୧୯ ନିର୍ଦେଶ ଅନୁସାରେ ଅଧ୍ୟକ୍ଷା ମମତା ଦାଶ ଜାତୀୟ ପତାକା ଉତ୍ତୋଳନ କରି ଥିବା ବେଳେ ଶିକ୍ଷୟତ୍ରୀ ନମିତା ନାଥ, ଉପେନ୍ଦ୍ର ଭଈଶା,ସୁଲୋଚନା ସାହୁ,ସୁରେନ୍ଦ୍ର ମହନନ୍ଦ, କାନ୍ତା ନାଏକ, ଝସ କେତନ ମହନନ୍ଦ, ଶ୍ରୁତି କୁମାରୀ, ଜଗଦୀଶ ପ୍ରଧାନ, କଳ୍ପନା ଖଡ଼ିଆ ପ୍ରଭୁତି ଜାତୀୟ ସଙ୍ଗୀତ ଗାନ କରିଥିଲେ।ଏହାପରେ ସ୍ବାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘ ଓ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟ ମିଳିତ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର ଯୋଗଦାନ କରିଥିବା ବେଳେ, ସଂଘର ସଭାପତି ସୁରେନ୍ଦ୍ର ମହାନନ୍ଦ, ଉପସଭାପତି ଖଗେଶ୍ୱର ବେଶନ ସମେତ ଝଡେଶ୍ୱରୀ ସ୍କୁଲର କର୍ମଚାରୀ ମାନେ ବୁଡାପଡାରେ ବୃକ୍ଷ ଚାରା ବଣ୍ଟନ କରିଥିଲେ, ଶେଷରେ ଅଧ୍ୟକ୍ଷ୍ୟା ମମତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।