ହେଡଲାଇନସ୍:

ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା (ସୁଭାଷ ସହାରେ): - ସମ୍ପ୍ରତି   କରୋନା ମହାମାରୀ ସକାଶେ ଝାରସୁଗୁଡ଼ା ଜିଲ୍ଲାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସକାଶେ ଆଜି ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆ ଠାରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ। ମୋଟ ଏକତିରିଷଟି ଶିଳ୍ପାନୁଷ୍ଠାନ ଏହି ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିଥିଲେ । ଏକ ସହ ଚଉସଠି ଜଣ ପ୍ରାର୍ଥୀ ନିଯୁକ୍ତି ସକାଶେ ସେମାନଙ୍କର ଆବେଦନ ପତ୍ର ଦାଖଲ କରିଥିଲେ । ଜିଲ୍ଲାପାଳ ସରୋଜ କୁମାର ସାମଲ ନିଯୁକ୍ତି ମେଳା ପରିଦର୍ଶନ କରିବା ସହ ମେଳାରେ ଅଂଶ ଗ୍ରହଣ କରିଥିବା ଶିଳ୍ପାନୁଷ୍ଠାନର ଅଧିକାରୀମାନଙ୍କୁ ନିଯୁକ୍ତି ପାଇଁ ଆବେଦନ କରିଥିବା ଯୁବକ ଯୁବତୀ ମାନଙ୍କ ଆବେଦନ ପତ୍ରଗୁଡିକୁ ସହୃଦୟତାର ସହ ବିଚାର କରି ନିଯୁକ୍ତି ପ୍ରଦାନ ପ୍ରକ୍ରିୟାକୁ ତ୍ଵରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ ।  ବେଦାନ୍ତ , ଓ ପି ଜି ସି , ଟି ଆର ଏଲ କ୍ରୋସାକୀ , ଅଲ୍ଟ୍ରା ଟେକ , ଅପାର ଇଣ୍ଡଷ୍ଟ୍ରି , ଏଲ ଏନ ମେଟାଲିକସ , ସେବେନ ଷ୍ଟାର , ଏସ ଏମ୍ ସି ,      ଇନଫିନିଟି ହ୍ୟୁଣ୍ଡାଇ ଆଦି ଏକତିରିଷ ଗୋଟି କମ୍ପାନୀର ଅଧିକାରୀ ମେଳାରେ ଉପସ୍ଥିତ ଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ସଂଜୁ କୁମାରୀ ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ କୃଷ୍ଣମୋହନ ରାଉତ , ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ପି ଏସ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଓଡ଼ିଶା ଜୀବିକା ମିଶନ ଡି ପି ଏମ୍ ନୀଳିମା କୁଜୁର , ଅରମାସ ଡେପୁଟି ସି ଇ ଓ ଭାଗ୍ୟଲଷ୍ମୀ  ରାଉତ ଏ ପି ଡି ସ୍ୱପ୍ନାରାଣୀ ସାହୁ , ସୋମାନି ସାହୁ , ବିଭୁତି ଆଚାର୍ଯ୍ୟ , ଯଶୋବନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault