ପଦ୍ମପୁର,(ଶାସକ ପ୍ରଶାସକ): ୭୪ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପଦ୍ମପୁର ନିକଟସ୍ଥ ଘନାମାଲ ଗ୍ରାମର ଗଙ୍ଗାଧର ମେହେର ପାଠାଗାର ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ପ୍ରକୃତି ପ୍ରେମୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଗଙ୍ଗାଧର ମେହେର ପାଠାଗାରରେ ସର୍ବ ପ୍ରଥମେ ପ୍ରକୃତି ବନ୍ଧୁ ଶ୍ରୀ ମିନକେତନ ସାହୁ ଓ ଘନାମାଲ ହାଇସ୍କୁଲ ର ଶିକ୍ଷକ ଶ୍ରୀ ସୁରେନ୍ଦ୍ର ସାହୁ ଗଙ୍ଗାଧର ମେହେର ପାଠାଗାର ତରଫରୁ " ପ୍ରକୃତି ସମ୍ମାନ" ର ମାନପତ୍ର ଓ ଉପଢୌକନ ପ୍ରଦାନ କରି ଯାଇଥିଲା । ସଭାରେ ଘନମାଲର ଶ୍ରୀ ଅନନ୍ତ ମେହେର ଙ୍କ ଦ୍ବାରା ସମ୍ବଲପୁରୀ ଭାଷା ରେ ରଚିତ " ପୁତ୍ର ଶବଣ କୁମାର " କବିତା ପୁସ୍ତକ କୁ ମୁଖ୍ୟଅତିଥି ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଉନ୍ନୋଚିତ କରିଥିଲେ । ପରେ ସମସ୍ତେ ସାରଙ୍ଗପୁର ବଜାର ପରିସରରେ ଜମଲା ଓ ପଳସାପାଲି ଉଭୟ ରାସ୍ତାରେ ୫୦ଟି ବୃକ୍ଷ ରୋପଣ କରିଥିଲେ । ଦେଶର ସ୍ବାଧୀନତା ଆନ୍ଦୋଳନ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନାମରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଉତ୍ସର୍ଗ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବ ଶ୍ରୀ ନିଲାଂଚଳ ଦରୁୱାନ,ରାହାସ ବିହାରୀ ସାହୁ, ଜିଲ୍ଲା ପରିଷଦ ଶ୍ରୀ ସନ୍ତୋଷ ମେହେର, କହ୍ନେଇ ପ୍ରଧାନ, ଗହଳ ମହାନନ୍ଦ, କୁର୍ତ୍ତିବାସ ବାରିକ,ଜୀବର୍ଦ୍ଦନ ବେହେରା, ଆର୍ତ୍ତତ୍ରାଣ ମେହେର, ମଦନ ମେହେର,ଜୀବର୍ଦ୍ଦନ ମେହେର ସାମିଲ ହୋଇଥିଲେ ।