ବରଗଡ :- ବରଗଡ ଜିଲା ଅନ୍ତର୍ଗତ ସୋହେଲା ଥାନାରେ ୨ ବର୍ଷରୁ ଉର୍ଧ୍ୱ ସମୟ ଧରି କାର୍ଯ୍ୟରତଥିବା ଆଇଆଇସି ଶ୍ରୀ ନିର୍ମଳ କୁମାର ମହାପାତ୍ର ଓଡ଼ିଶା ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ବିଶିଷ୍ଟ ସେବା ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାର ଓଡ଼ିଶାର ୧୨ ଜଣ ପୋଲିସ ଅଧିକାରୀଙ୍କୁ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତା ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବ । ଆଇଆଇସି ଶ୍ରୀ ମହାପାତ୍ର ଗତ ୨୦୦୦ ମସିହାରେ ପୋଲିସ ବିଭାଗରେ ସବ-ଇନ୍ସପେକ୍ଟର ଭାବରେ ରାଉରକେଲାରେ ପ୍ରଥମେ ଯୋଗ ଦେଇଥିଲେ । ଏହା ପରେ ସେ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ବଲାଙ୍ଗୀର ଓ କୋରାପୁଟର ବିଭିନ୍ନ ଥାନାରେ କାର୍ଯ୍ୟ କଲାପରେ ଗତ ୨୦୧୮ ରୁ ସୋହେଲା ଥାନାରେ ଆଇଆଇସି ଭାବରେ କାର୍ଯ୍ୟରତ ଅଛନ୍ତି । ଗତ ୨୦୧୩ରେ ସେ ସମ୍ବଲପୁର ଥାନାରେ ଥିବାବେଳେ ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରିଥିଲେ । ମାନ୍ୟବର କୋର୍ଟ ଉକ୍ତ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଏହି ମାମଲା ପାଇଁ ସେ ଡିଜିପି ମେଡାଲ ପାଇଥିଲେ । ଆଜି ଏହି ଖବର ଜଣା ପଡିବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।
ରାଜ୍ୟ
ସୋହେଲା ଥାନା ଅଧିକାରୀ ନିର୍ମଳ ମହାପାତ୍ରଙ୍କୁ ରାଷ୍ଟ୍ରପତି ପଦକ
- Hits: 1179