ହେଡଲାଇନସ୍:

"ଓଡିଶା ମୋ ପରିବାରର"ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର: ୪ର୍ଥ ଦିନରେ ୪୦ ୟୁନିଟ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ "ଓଡ଼ିଶା ମୋ ପରିବାର" ଜୀବନ ବିନ୍ଦୁ ଆନୁକୂଲ୍ୟରେ  ସପ୍ତାହ ବ୍ୟାପି ରକ୍ତଦାନ ଶିବିର ଗଜପତି ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି  ।  ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଚାଲିଥିବା ଏହି  ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅବସରରେ ଆଜି ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କର୍ମୀ ଓ ସାଧାରଣ ଜନତା ଉତ୍ସାହର ସହ ସ୍ବେଚ୍ଛାକୃତ  ରକ୍ତଦାନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ "ଓଡ଼ିଶା ମୋ ପରିବାର" ଜୀବନ ବିନ୍ଦୁ ରାଜ୍ୟ ମୁଖ୍ୟ ଶ୍ରୀ ଅରୂପ କୁମାର ପଟ୍ଟନାୟକ , ଗଜପତି ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ , ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ , ପାରଳା ଯୁବରାଣୀ କଲ୍ୟାଣୀ ଗଜପତି , ଜିଲ୍ଲା ଯୁବ ସଭାପତି ଏସ:ଲିଙ୍ଗାରାଜୁ , ବରିଷ୍ଠ ନେତା ବସନ୍ତ ଦାସ , ଅନ୍ତର୍ଯ୍ୟାମୀ ଗମାଙ୍ଗ , ଏମ: ଜଗଦୀଶ , ଲକ୍ଷ୍ମୀକାନ୍ତ ପରିଛା , ବିଜେଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁଙ୍କ  ସମେତ ଜିଲ୍ଲାର ପ୍ରାୟ ସମସ୍ତ ନେତା ଓ କର୍ମୀ  ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପନ୍ନ କରିଥିଲେ ।

0
0
0
s2sdefault