ବ୍ଲକୱାରି ଦାୟିତ୍ୱରେ ଥିବା ଅଧିକାରୀଙ୍କ ମୋବାଇଲ ନମ୍ବର ଜାରି କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ କୋଭିଡ-୧୯ ର ପରିଚାଳନା ପାଇଁ ନୂତନ ଭାବେ ୫ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଏବଂ ୫ ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀ ଗଜପତି ଜିଲ୍ଲାରେ ଯୋଗଦେଇଛନ୍ତି। ନୂତନ ୧୦ ଜଣ ଓ.ଏ.ଏସ୍ ଓ ଓ.ଆର୍.ଏସ୍ ଅଧିକାରୀ ସେମାନଙ୍କ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କୁ ଜିଲ୍ଲାପାଳ ଅନୁପମ ସାହା , ଗଜଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ମାନଙ୍କରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏବଂ ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୋଭିଡ୍ ପରିଚାଳନା କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବା ପାଇଁ ଦାୟିତ୍ୱ ବଣ୍ଟନ କରିଛନ୍ତି।
ଉପରୋକ୍ତ ଅଧିକାରୀ ମାନଙ୍କ ମଧ୍ୟରୁ ଶ୍ରୀ ସାରଦା ପ୍ରସନ୍ନ ପଣ୍ଡା , OAS-A(JB) (mob-9810160379) ଏବଂ ଶ୍ରୀ ଦେବାଶିଷ ପାତ୍ର , ORS(mob-9916211884) ଙ୍କୁ ମୋହନା ପଞ୍ଚାୟତ ସମିତି , ଶ୍ରୀ ରାଜା ରଞ୍ଜିତ୍ ପ୍ରତାପ ବଳ , OAS-A(JB) (mob-8860986433)ଏବଂ ଶ୍ରୀ ସ୍ୱାଗତ କୁମାର ପଣ୍ଡା , ORS(mob- 8093444953 ଙ୍କୁ ଆର୍. ଉଦୟଗିରି ପଞ୍ଚାୟତ ସମିତି , ସୁଶ୍ରୀ ଶୁଭସ୍ନିଗ୍ଧା ସେଠି , OAS-A(JB) (mob-8882236541) ଙ୍କୁ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି , ସୁଶ୍ରୀ ଭବାନୀ ପ୍ରଧାନ ,OAS-A(JB) (mob-77509 61762) ଙ୍କୁ କାଶୀନଗର ପଞ୍ଚାୟତ ସମିତି , ସୁଶ୍ରୀ ତପସ୍ୱିନୀ ହାଁସଦା , OAS-A(JB) (mob-7008717774) ଙ୍କୁ ଗୋଷାଣୀ ପଞ୍ଚାୟତ ସମିତି , ଶ୍ରୀ ବିଶ୍ୱ ବିଶୃତ ତ୍ରିପାଠୀ ,ORS(mob- 7751009654) ଙ୍କୁ ରାୟଗଡ ପଞ୍ଚାୟତ ସମିତି , ଶ୍ରୀ କୂଳଦୀପ କୁମାର , ORS(mob-9957511636) ଙ୍କୁ ନୂଆଗଡ଼ ପଞ୍ଚାୟତ ସମିତି , ଏବଂ ଶ୍ରୀ ରାକେଶ କୁମାର ପରୁଆ , ORS(mob- 97767 96417) ଙ୍କୁ ଗୁମ୍ମା ପଞ୍ଚାୟତ ସମିତି ଦାୟିତ୍ୱ ଦିଆଯାଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପରୋକ୍ତ ଅଧିକାରୀ ମାନେ କୋଭଡ୍ ପରିଚାଳନାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସହଯୋଗ କରିବା ସହ କୋଭିଡ-୧୯ର ମୁକାବିଲା ପାଇଁ ଚାଲିଥିବା ସମସ୍ତ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବେ । ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ନିର୍ଦ୍ଦେଶ ପାଇଲା ପରେ ସମସ୍ତ ଉପରୋକ୍ତ ଅଧିକାରୀ ମାନେ ନିଜ ନିଜ କାର୍ଯ୍ୟ-ସ୍ଥଳୀକୁ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି ବୋଲି ଏକ ପ୍ରେସ ସୂଚନା ମାଧ୍ୟମରେ ଜଣାଇଛନ୍ତି।